ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ 

ନୂଆଦିଲ୍ଲୀ :  ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ତାଙ୍କ  ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ପ୍ରଥମେ କେନ୍ଦ୍ର ସରକାରଙ୍କ ସହିତ ଆର୍‌ବିଆଇର ସଂପର୍କ ସୁଧାରିବାକୁ ପଡ଼ିବ। କାରଣ ମତଭେଦ କାରଣରୁ ହିଁ ଉର୍ଜିତ ପଟେଲ ପଦ ଛାଡ଼ି ଦେଲେ। ତେଣୁ ପ୍ରଥମେ ସଂପର୍କର ସେତୁକୁ ସଜାଡ଼ିବାକୁ ପଡ଼ିବ।

ମୋଦି ସରକାରରେ ଶକ୍ତିକାନ୍ତ କାମ କରିଥିବାରୁ ଏଥିରେ ଅବଶ୍ୟ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି।  ତାପରେ ଦେଶର ଅର୍ଥନୀତିକୁ ସଜାଡ଼ିବା ଓ ଅଭିବୃଦ୍ଧି ହାରକୁ ଆଗେଇ ନେବା ଶକ୍ତିକାନ୍ତଙ୍କ ମୁଖ୍ୟ ଚ୍ୟାଲେଞ୍ଜ ହେବ।

ତାମିଲନାଡୁ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ନୋଟବନ୍ଦୀ ବେଳେ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଭାବେ ସେ ଦାୟିତ୍ୱ ତୁଲାଇ ଥିଲେ। କେନ୍ଦ୍ର ରାଜସ୍ୱ, ଶିଳ୍ପ ଓ ସାର ସଚିବ ଭାବେ କାର୍ଯ୍ୟ କରିଥିଲେ। ଅବସର ନେବା ପରେ ପଞ୍ଚଦଶ ଅର୍ଥ କମିଶନ୍‌ର ସଦସ୍ୟ ମଧ୍ୟ ଥିଲେ ଶକ୍ତିକାନ୍ତ ଦାସ।  ଆର୍‌ବିଆଇ ଗଭର୍ଣ୍ଣର ପଦ ପାଇବାରେ ସେ ପ୍ରଥମ ଓଡ଼ିଆ।

You might also like