ପାକିସ୍ତାନର କୁତ୍ସିତ ଷଡ଼ଯନ୍ତ୍ର: କରୋନା ଆକ୍ରାନ୍ତଙ୍କୁ ସୀମା ପାର୍ କରିବା ପାଇଁ ପ୍ରୟାସ କରୁଛି ପାକ୍

ଶ୍ରୀନଗର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ କାୟା ମେଲାଇ ମୁଣ୍ଡ ପରେ ମୁଣ୍ଡ ନେଉଥିବା ବେଳେ ପାକିସ୍ତାନ ଚିରାଚରିତ ଢଙ୍ଗରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ସବୁବେଳେ ଆତଙ୍କୀ ପଠାଇ ଭାରତକୁ ରକ୍ତରଞ୍ଜିତ କରୁଥିବା ପାକିସ୍ତାନ ଏଥର ରଚିବାକୁ ଯାଉଛି ନୂଆ ପ୍ରକାର କୁତ୍ସିତ ଷଡ଼ଯନ୍ତ୍ର।

ଏଭଳି କିଛି ପାକିସ୍ତାନର କୁତ୍ସିତ ଷଡ଼ଯନ୍ତ୍ର ଏବେ ପଦାକୁ ଆସିଛି। ପାକ୍ ଏବେ କରୋନା ଆକ୍ରାନ୍ତଙ୍କୁ ସୀମା ପାର୍ କରିବା ପାଇଁ ପ୍ରୟାସ କରୁଛି ବୋଲି ଜମ୍ମୁ-କଶ୍ମୀର ପୁଲିସ ମହା ନିର୍ଦ୍ଦେଶକ ଦିଲବାଗ ସିଂହ ଗଣମାଧ୍ୟମକୁ ଏହି କଥା କହିଛନ୍ତି। ଯାହାକୁ ନେଇ ସାରା ଦେଶରେ ଆତଙ୍କ ଖେଳି ଯାଇଛି ।

କଶ୍ମୀରରେ ରହୁଥିବା ଲୋକଙ୍କୁ କରୋନା ସଂକ୍ରମିତ କରାଇବା ପାଇଁ ଆକ୍ରାନ୍ତ ପଠାଇବାକୁ ହୀନ ଉଦ୍ୟମ ଚଳାଇଛି ପାକିସ୍ତାନ। କରୋନା ଭାଇରସ୍ ପଜିଟିଭ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବା ଯୋଜନାରେ ପାକିସ୍ତାନ ଲାଗି ପଡିଛି ।

ପାକ୍ ଅଧିକୃତ କାଶ୍ମୀର ଦେଇ ପାକିସ୍ତାନ ତା’ର ଏହି କୁତ୍ସିତ ଷଡ଼ଯନ୍ତ୍ରକୁ ରୂପ ଦେବାରେ ଲାଗି ପଡିଛି। ଯାହାକି ସେନା ବାହିନୀର ଚିନ୍ତା ବଢାଇଛି ବୋଲି ଜମ୍ମୁ-କାଶ୍ମୀର ଡିଜିପି କହିଛନ୍ତି ।

ଜମ୍ମୁ-କାଶ୍ମୀର ପୁଲିସ ଟ୍ରେନିଂ ସ୍କୁଲରେ ସ୍ଥାପିତ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିବା ବେଳେ ଏହା ଜାଣିବାକୁ ପାଇଛନ୍ତି ଡିଜିପି ଦିଲବାଗ ସିଂହ। ଏମିତି ପରିସ୍ଥିତିରେ ସଂକ୍ରମିତ ଆତଙ୍କବାଦୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି। ସଂକ୍ରମିତ ଆତଙ୍କବାଦୀମାନେ ମହାମାରୀ କରୋନାକୁ ବିସ୍ତାର କରିବା ପାଇଁ ସୁଯୋଗ ଖୋଜୁଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି।

You might also like