ପରମାଣୁ ଯୁଦ୍ଧ ଧମକ ପରେ ପୁଣି ଏକ ନୂଆ ଷଡ଼ଯନ୍ତ୍ର ରଚିଲା ପାକିସ୍ତାନ

ଇସ୍‌ଲାମାବାଦ: ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତାକୁ ଦେଖି ରାଗରେ ବିଳିବିଳି ହେଉଛି ପାକିସ୍ତାନ। ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହତାଶ ହୋଇପଡ଼ିଛନ୍ତି।

ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ ଇମ୍ରାନ୍‌ ଖାନ୍‌ ବିଚଳିତ ହୋଇପଡ଼ିଛନ୍ତି।

ସେ ଭାରତ ବିରୋଧରେ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ମୋଦି-ଟ୍ରମ୍ପଙ୍କ ଆଲୋଚନା ପରେ ଇସଲାମାବାଦରେ କାଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରି ପରୋକ୍ଷରେ ଇମ୍ରାନ୍‌ ଖାନ୍‌ ଏହି ଧମକ ଦେଇଛନ୍ତି।

ସେ କହିଛନ୍ତି, ‘ଯଦି କଶ୍ମୀରକୁ ନେଇ ବିବାଦ ବଢ଼ିବ ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ଏହାର ପରିଣାମ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଛି। କାରଣ ଉଭୟ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ। ପରମାଣୁ ଯୁଦ୍ଧରେ କେହି ବି ବିଜୟୀ ହୁଅନ୍ତି ନାହିଁ। କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ।’

ଏ ପରିସ୍ଥିତିରେ ଶକ୍ତିଶାଳୀ ଦେଶ ଗୁଡ଼ିକର ଅନେକ ଭୂମିକା ରହୁଛି ବୋଲି ଇମ୍ରାନ୍ ଖାନ୍‌ କହିଛନ୍ତି।

ସେପଟେ ଏସବୁର ରାଗକୁ ପାକିସ୍ତାନ ଅନ୍ୟ ବାଟରେ ଶୁଝାଇଛି। ପାକିସ୍ତାନରୁ ପଞ୍ଜାବ ବାଟେ ପ୍ରବେଶ କରିଥିବା ନଦୀଗୁଡ଼ିକରେ ବନ୍ୟା ଜଳ ଛାଡ଼ି କ୍ଷୟକ୍ଷତି ଘଟାଇବା ପାଇଁ ପାକିସ୍ତାନ ଯୋଜନା କରିଛି।

ରବି, ସତଲେଜ୍ ଓ ବ୍ୟାସ ନଦୀରୁ ପାଣି ଛାଡ଼ିଛି ପାକିସ୍ତାନ। ରାବୀ ନଦୀରେ ଥିବା ଡ୍ୟାମର ସବୁ ଗେଟ୍ ଖୋଲିଥିବା ବେଳେ ଅନ୍ୟ ସ୍ଥାନରେ ଥିବା ଗୋଟିଏ ବନ୍ଧ ଭାଙ୍ଗି ଯାଇଛି। ଫଳରେ ବନ୍ୟାଜଳ ପ୍ରବେଶ କରି ପଞ୍ଜାବର ଫିରୋଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏପରିକି ସୀମାରେ ଥିବା ତାର ଜାଲି ଭାସି ଯାଇଥିବାରୁ ଯବାନମାନେ ମୋଟର ବୋଟ୍‌ରେ ପଇଁତରା ମାରୁଛନ୍ତି। ସତଲେଜ ନଦୀରେ ଦୂଷିତ ଜଳ ଛାଡ଼ିଥିବାରୁ ପଞ୍ଜାବରେ ରୋଗ ବ୍ୟାପିବା ଆଶଙ୍କା ଉପୁଜିଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like