ଆଜି ନୂଆ ସଂସଦ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ; ନୂଆ ଭବନରେ ରହିଛି ଏସବୁ ସୁବିଧା

ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଭବନ ଲାଗି ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟା ୫୫ ମିନିଟରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଭୂମିପୂଜା ଏବଂ ଶିଳାନ୍ୟାସ ଦିନ ଗୋଟାଏରେ କରିବାର କାର୍ଯ୍ୟକ୍ରମ ରହିଛି । ସାଢେ ଗୋଟାଏରେ ସର୍ବଧର୍ମ ପ୍ରାର୍ଥନା କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।  ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ, ସାଂସଦ, ସଚିବ ଏବଂ ରାଷ୍ଟ୍ରଦୂତ, ହାଇକମିଶନର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।

କେମିତି ହେବ ନୂଆ ସଂସଦ ଭବନ ? କ’ଣ ରହିବ ଏହାର ବିଶେଷତ୍ୱ ? ସାଂସଦମାନଙ୍କ ପାଇଁ କ’ଣ ସୁବିଧା ରହିବାର ଯୋଜନା ରହିଛି ?
ନୂତନ ସଂସଦ ଭବନ ତ୍ରିଭୁଜାକାର ହେବ। ଏଥିରେ ପୂର୍ବ ଭଳି ରାଜ୍ୟସଭା ଓ ଲୋକସଭା ପାଇଁ ୮୮୮ଟି ଆସନର ବ୍ୟବସ୍ଥା ରହିିବ। ମିଳିତ ଅଧିବେଶନ ପାଇଁ ୧୨ ଶହରୁ ଅଧିକ ସିଟ୍‌ର ବ୍ୟବସ୍ଥା କରାଯିବ। ପୁରାତନ ସଂସଦ ଭବନ କୋଠାଠାରୁ ୧୭ ହଜାର ବର୍ଗ ମିଟର ବଡ଼ ହେବ। ଅର୍ଥାତ୍‌ ଯାହା ପୁରୁଣା କୋଠାଠୁ ପ୍ରାୟ ତିନି ଗୁଣା ବଡ଼।

୯୭୧ କୋଟି ଟଙ୍କା ବ୍ୟୟରେ ୬୪ ହଜାର ୫୦୦ ବର୍ଗ ମିଟର ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଭବନ ର୍ନିମାଣ ହେବ। ନୂତନ କୋଠାରେ ବିଶାଳ କନ୍‌ଷ୍ଟିଚ୍ୟୁସନ୍ ହଲ୍, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ୍, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ ।

ନୂଆ ସଂସଦ ଭବନର ର୍ନିମାଣ କାମ ୨୧ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌କୁ ଚୁକ୍ତିନାମା ଦିଆଯାଇଛି।  HCP ଡିଜାଇନ୍ ଏହି ନୂତନ ବିଲଡିଂ ପ୍ରସ୍ତୁତ କରିଛି । ଏହା ଆତ୍ମନିର୍ଭର ଭାରତର ଏପରି ଏକ ମନ୍ଦିର ହେବ ଯାହା ଜାତିର ବିବିଧତାକୁ ପ୍ରତିଫଳିତ କରିବ। ୨୦୨୨ ସ୍ୱାଧୀନତା ଦିବସ ଦିନ ଏହାର ଶୁଭାରମ୍ଭ କରାଯିବ।  ପୁରୁଣା ସଂସଦ ୧୮ ଜାନୁଆରୀ ୧୯୨୭ ମସିହାରେ ଶୁଭାରମ୍ଭ ହୋଇଥିଲା ।

ନୂଆ ସଂସଦ ଭବନର ଭୂମିକମ୍ପ ନିରୋଧି କ୍ଷମତା ରହିବ। ଏଥିସହିତ ବାୟୁ ଏବଂ ଧ୍ୱନି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ବିଭିନ୍ନ ବ୍ୟବସ୍ଥା କରାଯାଇଛି। ନୂଆ ସଂସଦ ଭବନରେ ଆଧୁନିକ ଡିଜିଟାଲ ବ୍ୟବସ୍ଥା ରହିବ। ଏଥିସହିତ ଏହା କାଗଜ ରହିତ କାର୍ଯ୍ୟାଳୟ ହେବାର ବ୍ୟବସ୍ଥା କରାଯାଇଛି।

ଏହାର ନିର୍ମାଣ କାର୍ଯ୍ୟରେ ୨୦୦୦ ଲୋକଙ୍କର ସିଧାସଳଖ ଭୂମିକା ରହିବ। ୯୦୦୦ ଲୋକଙ୍କର ପରୋକ୍ଷ ଭୂମିକା ରହିବ।

 

 

 

 

 

 

 

NEW_SANSAD_BUILDING_AVO_9PM

You might also like