ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍‌ର ପାଠ ପଢ଼ାଇଥିବା ସୁନିତା ଯାଦବ ପୁଣି ଚର୍ଚ୍ଚାରେ

ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି।

ଏପରିକି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସେ ଚାକିରିରୁ ଇସ୍ତଫା ଦେବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସୁରତ ପୋଲିସ କମିଶନରଙ୍କୁ ଭେଟି ତାଙ୍କ ଇଛା ସମ୍ପର୍କରେ ଜଣାଇଛନ୍ତି। ସେପଟେ ସାଧାରଣ ଜନତାଙ୍କୁ ରୁକ୍ଷ ଭାଷାରେ କଥା ନକହିବାକୁ ପୋଲିସ କମିଶନର ତାଙ୍କୁ ପରାମର୍ଶ ଦେଇଛନ୍ତି।

ଗତ ୮ ତାରିଖ ରାତିରେ ମନ୍ତ୍ରୀ କୁମାର କନନୀଙ୍କ ପୁଅ ପ୍ରକାଶଙ୍କୁ କର୍ଫ୍ୟୁ ଅମାନ୍ୟ ଅଭିଯୋଗରେ ରାସ୍ତାରେ ଅଟକାଇ ତାଗିଦ କରିଥିଲେ ସୁନୀତା। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ସୁନୀତା। ସେପଟେ ଏ ଘଟଣାର ମନ୍ତୀଙ୍କ ପୁଅ ଓ ତାଙ୍କର ଦୁଇ ବନ୍ଧୁଙ୍କୁ ଗିରଫ କରାଯାଇଥିବା ବେଳେ ସୁନୀତାଙ୍କୁ ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଥିଲା।

You might also like