ଲୁଙ୍ଗୀ, ଚପଲ ପିନ୍ଧି ଗାଡ଼ି ଚଲାଇଲେ ଜରିମାନା ଲାଗିବ କି? ଏମିତି କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଏସବୁ ଭିତରେ କିଛି ଗୁଜବ ଖବର ମଧ୍ୟ ପ୍ରଚାର ହେଉଥିବା ଦେଖିବାକୁ ମିଳିଛି। ହାପ୍‌ ସ୍ଲିଭ୍‌ ସାର୍ଟ ଓ ଲୁଙ୍ଗୀ ବନିୟାନ୍‌ ପିନ୍ଧି ଗାଡ଼ି ଚଲାଇଲେ ବି ଚାଲାଣ କଟାଯାଉଥିବା କୁହାଯାଉଛି। ତେବେ ଏଭଳି ଗୁଜବ ଖବର ପ୍ରତି ସତର୍କ ରହିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ  କୁହାଯାଇଛି।

କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ ଅଫିସ୍‌ କାର୍ଯ୍ୟାଳୟର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରୁ ଏସମ୍ପର୍କିତ ଏକ ଟ୍ୱିଟ୍‌ କରାଯାଇଛି। ଯେଉଁଥିରେ ଲେଖାଯାଇଛି, ଗୁଜବ ଖବର ପ୍ରତି ସାବଧାନ…! ହାପ୍‌ ସ୍ଲିଭ୍‌ ସାର୍ଟ ଓ ଲୁଙ୍ଗୀ ବନିୟାନ୍‌ ପିନ୍ଧି ଗାଡ଼ି ଚଲାଇଲେ ଚାଲାଣ କଟାଯିବ ସେନେଇ କୌଣସି ନିୟମ ନାହିଁ।

ଟ୍ୱିଟ୍‌ରେ ଆହୁରି ମଧ୍ୟ କୁହାଯାଇଛି ଯେ, ଗାଡ଼ିରେ ଏକ୍ସଟ୍ରା ବଲ୍‌ବ ନ ରଖିଲେ, ଗାଡ଼ିର ଗ୍ଲାସ୍‌ ଅପରିଷ୍କାର ହେଲେ, ଚପଲ ପିନ୍ଧି ଗାଡ଼ି ଚଲାଇଲେ ମଧ୍ୟ କୌଣସି ଚାଲାଣ କଟାଯିବ ସେଭଳି କିଛି ନିୟମ ନାହିଁ।

ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସାରା ଦେଶରେ ଜୋରଦାର ଧରପଗଡ଼ ଚାଲିଛି। ତେବେ ଏହି ଆଇନ ଲାଗୁ ହେବା ପରେ ଜରିମାନା ମାମଲା ବେଶ୍‌ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେଉଁଠି ଗାଡ଼ି ଚାଳକଙ୍କଠାରୁ ହଜାର ହଜାର ଟଙ୍କା  ଜରିମାନା କଟା ଯାଉଛି, ତ କେଉଁଠି ଟ୍ରକ୍‌ ମାଲିକଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ପଡୁଛି।

ଆହୁରି ପଢ଼ନ୍ତୁ

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

You might also like