ବ୍ରିଟେନ୍ ନୁହେଁ, ଆଫ୍ରିକାରୁ ଆସିଛି କରୋନାର ନୂଆ ଷ୍ଟ୍ରେନ

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆସିଲା ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ  କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

ଏ ସମ୍ପର୍କରେ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମଟ୍ଟ ହାନ୍‌ଙ୍କକ୍ କହିଛନ୍ତି ଯେ ପ୍ରଥମେ ଯେତେବେଳେ ୟୁକେରେ ୨ ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ ନେଇ ଚିହ୍ନଟ ହୋଇଥିଲା। ଏମାନେ କିଛି ସପ୍ତାହ ତଳେ ସାଉଥ ଆଫ୍ରିକାରୁ ଫେରିଥିଲେ। ତେବେ ସଂକ୍ରମଣ ବ୍ୟାପିବା ଆଗରୁ ବ୍ରିଟେନ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କାହିଁକିନା କରୋନାର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ଭୂତାଣୁ ଅପେକ୍ଷା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଯେଉଁମାନେ ସାଉଥ ଆଫ୍ରିକାରୁ ଫେରିଛନ୍ତି କିମ୍ବା ରୋଗୀ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରହିବା କୁହାଯାଇଥିବା ସଚିବ ସୂଚନା ଦେଇଛନ୍ତି।

ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।

ସେପଟେ ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। କିଛି ସମୟ ତଳେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଥିବା ନେଇ ନେଇ BMC କମିଶନର ସୂଚନା ଦେଇଥିଲେ।

You might also like