କେନ୍ଦ୍ର ସରକାରଙ୍କ ନୂଆ ପ୍ଲାନ; ଓଭର୍‌ଟାଇମ୍‌ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି ଏହି ସୁବିଧା

ନୂଆଦିଲ୍ଲୀ:ଆସନ୍ତା ଏପ୍ରିଲ୍‌ରେ କର୍ମଚାରୀଙ୍କ ଗ୍ରାଚୁଇଟି ଏବଂ ଭବିଷ୍ୟ ନିଧି (PF)ରେ ବଡ ଧରଣର ପରିବର୍ତ୍ତନ ଆଣିବେ ସରକାର। ଏଥିସହିତ ଓଭରଟାଇମ୍‌ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଦରମା ଦିଆଯିବ। ଏହି ନିୟମ ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ। କେନ୍ଦ୍ର ସରକାର ନୂଆ କମ୍ପାନସେସନ୍‌ ନିୟମ ଲାଗୁ କରିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି। ଏଥି ପାଇଁ କମ୍ପାନୀଗୁଡିକୁ ବାଲାନ୍ସଶିଟ୍‌ରେ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳୁଛି।

ଏଠି କହି ରଖିବୁ, ଏହି ନିୟମ ଗତବର୍ଷ ସଂସଦରେ ପାସ୍‌ ହୋଇଥିବା ୱେଜ କାର୍ଡର ଏକ ଅଂଶ। ଏହି କୋର୍ଡରେ ମ୍ୟାନେଜରିଆଲ ଷ୍ଟାଫଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ସାମିଲ କରାଯିବ। କୋର୍ଡରେ କୁହାଯାଇଛି, ଓଭରଟାଇମ ପାଇଁ କର୍ମଚାରୀଙ୍କୁ ନିୟମିତ ଦରମାର ଦୁଇଗୁଣ ଦିଆଯିବା ଉଚିତ୍‌।

ଯାହା ବି ହେଉ, ଏହି ନିୟମ କାର୍ଯ୍ୟକାରୀ ହେବା ପରେ କମ୍ପାନୀର ଷ୍ଟ୍ରକ୍ଚରରେ ପରିବର୍ତ୍ତନ ଦେଖାଦେବ। ଏହା ଦ୍ୱାରା କମ୍ପାନୀ ଏବଂ କର୍ମଚାରୀ ଉଭୟଙ୍କୁ ପିଏଫ କଣ୍ଟ୍ରିବ୍ୟୁଶନରେ ସୁବିଧା ମିଳିବ। ତେବେ ନୂତନ ନିୟମ ଅନୁସାରେ କାମ କରିବାର ସମୟକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି।

୧୫ରୁ ୩୦ ମିନିଟ ଅଧିକ କାମ କଲେ ଏହି ସମୟକୁ ୩୦ ମିନିଟ ହିସାବ କରି ଓଭରଟାଇମରେ ସାମିଲ କରିବାକୁ କୁହାଯାଇଛି। ତେବେ ୩୦ ମିନିଟରୁ କମ୍‌ ସମୟକୁ ଓଭରଟାଇମ୍‌ରେ ଗଣାଯିବ ନାହିଁ। ଏହି ନିମୟ ଅନୁସାରେ, ୫ ଘଣ୍ଟାରୁ ଅଧିକ ସମୟ ଲଗାତାର କାମ କରିବା ଉପରେ କଟକଣା ଜାରି କରାଯାଇଛି। କର୍ମଚାରୀଙ୍କୁ ପ୍ରତି ୫ ଘଣ୍ଟା କାମ ପରେ ଅଧଘଣ୍ଟାଏ ବିଶ୍ରାମ ଦେବା ପାଇଁ ନୂଆ ନିୟମରେ କୁହାଯାଇଛି।

You might also like