ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନର ମିଳିଲା ସୁରାକ୍‌

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ନୂଆ ଆତଙ୍କବାଦୀ ସଂଗଠନ ଦେଶରେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିବା ପରେ ନୂଆଦିଲ୍ଲୀ ଓ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ୧୬ଟି ଅଞ୍ଚଳରେ ଏନ୍ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଜଡ଼ିତ ଏହି ସଂଗଠନ ‘ହରକତ୍ ଉଲ୍ ହର୍ବ ଏ ଇସଲାମ୍‌’ ବୋଲି ସୂଚନା ମିଳିଛି।

ଗତକିଛି ଦିନ ଧରି ଏହି ସଂଗଠନ ଦେଶରେ ନିଜ ଅପରେସନ୍ ଚଳାଇଥିବା ସୂଚନା ମିଳିଛି। ଫଳରେ ବିଭିନ୍ନ ସ୍ଥାନରେ ଏନେଇ ଚଢ଼ାଉ ସମୟରେ କିଛି ସନ୍ଦେହଜନକ ତଥ୍ୟ ମଧ୍ୟ ଏନ୍ଆଇଏ ହାତରେ ଲାଗିଛି। ଯାହାକୁ ନେଇ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି।

ଏହି ଅପରେସନ୍‌ରେ ଏନ୍‌ଆଇଏର ମିଳିତ ଟିମ୍‌, ଉତ୍ତରପ୍ରଦେଶ ଏଟିଏସ୍‌ର ମିଳିତ ଟିମ୍ ସାମିଲ ଅଛନ୍ତି।

You might also like