କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି

ପୁଣି ନିଆ ଆଡ଼ଭାଇଜରି ଜାରି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସର ହାହାକାର ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମ୍ଆର ପକ୍ଷରୁ କୋଭିଡ୍ -୧୯ ଟେଷ୍ଟ ପାଇଁ ନୂଆ ଆଡଭାଇଜାରୀ ଜାରି କରାଯାଇଛିି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଏହି ଆଡଭାଇଜରି ଜାରି ହୋଇଛି। ଘରେ ଟେଷ୍ଟ ପାଇଁ କୋଭିସେଲ୍ଫ ନାମକ କିଟ୍ ବ୍ୟବହାର ପାଇଁ ପ୍ରସ୍ତାବ ଦିଆଯାଇଛି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ କେବଳ ନାକରୁ ସ୍ୱାବ୍‌ ସଂଗ୍ରହ ଆବଶ୍ୟକ ହେବ ବୋଲି କୁହାଯାଇଛି।

ତେବେ କିପରି ବ୍ୟବହାର କରାଯିବ ସେନେଇ ଏକ ଭିଡିଓ ଲିଙ୍କ୍ ICMR ପକ୍ଷରୁ ଜାରି କରାଯାଇଛି। ଖୁବ ଏହି କିଟ୍ ବଜାରରେ ଉପଲବ୍ଧ ହେବ। ଲକ୍ଷଣ ଥିଲେ କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିପାରିବେ। ପଜିଟିଭ୍ ବାହାରିଲେ ଆଉ କୌଣସି ଟେଷ୍ଟର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଲକ୍ଷଣ ଥାଇ ନେଗେଟିଭ୍ ଥିଲେ RTPCR ଟେଷ୍ଚ କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।

ତେବେ କରୋନା ସଂକ୍ରମଣକୁ ନେଇ ଜାରି ହେଲା ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ।  ମହାମାରୀ ବ୍ୟାପିବାର ପ୍ରମୁଖ ମାଧ୍ୟମ ହେଉଛି ଏରୋସଲ ଏବଂ ଡ୍ରପ୍ଲେଟ୍ । ଏପରି ସୂଚନା ଦେଇଛି କେନ୍ଦ୍ର ସରକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜରଙ୍କ କାର୍ଯ୍ୟାଳୟ ।   ଆଡଭାଇଜରିରେ କୁହାଯାଇଛି, ଭାରତରେ ମହାମାରୀ ପ୍ରକୋପ ମଧ୍ୟରେ ଆମକୁ ସାମାନ୍ୟ ନିୟମକୁ ମନେ ରଖିବାକୁ ହେବ ଏବଂ ଏହା ଦ୍ୱାରା ସାର୍ସ କୋଭିଡ-୨ ଭାଇରସର ସଂକ୍ରମଣକୁ ରୋକି ହେବ।

ଆଡଭାଇଜରୀରେ କୁହାଯାଇଛି, ଘର ହେଉ ବା  ଅଫିସ, ସବୁଠି ଭେଣ୍ଟିଲେଶନ ଜରିଆରେ ସଂକ୍ରମଣର ଭୟକୁ ଏଡାଇ ପାରିବା। ଯେଉଁଠି ଭେଣ୍ଟିଲେସନ ଭଲ, ସେଠି ସଂକ୍ରମିତ ବ୍ୟକ୍ତିଙ୍କ ଦ୍ୱାରା ଅନ୍ୟମାନଙ୍କ ପ୍ରତି ବିପଦ କମ୍‌ ରହିଛି।

ଭାରତ ସରାକାରଙ୍କ ପ୍ରିନ୍ସପାଲ ସାଇଣ୍ଟିଫିକ ଏଡଭାଇଜର କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଆଡଭାଇଜରିରେ କୁହାଯାଇଛି, ଏରୋସୋଲ ଏବଂ ଡ୍ରପଲେଟ୍‌ସ ଯୋଗୁ  ଭାଇରସର ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ। ଏରୋସେଲ ପବନରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ। ଏଥିରେ କୁହାଯାଇଛି, ସଂକ୍ରମିତ ବ୍ୟକ୍ତିର ୨ ମିଟର ପର୍ଯ୍ୟନ୍ତ ଡ୍ରପଲେଟ ପଡିଥାଏ। ଏପରିକି କୌଣସି ବ୍ୟକ୍ତିଙ୍କର କରୋନା ଲକ୍ଷଣ ନ ଥିଲେ ବି ଡ୍ରପଲେଟ୍‌ ବାହାରି ଥାଏ ଯାହାଦ୍ୱାରା ଅନ୍ୟମାନେ ସଂକ୍ରମିତ ହୋଇଥାନ୍ତି।

ସେପଟେ, ଦେଶରେ କରୋନା ସଂକ୍ରମଣ ଦୈନିକ ହାର ସାମାନ୍ୟ ହ୍ରାସ ପାଇଛି। ଯାହା ଜଣାଯାଉଛି, ଦ୍ୱିତୀୟ ଲହରର ପିକ୍‌ ସମୟ ଶେଷ ହେବାକୁ ଯାଉଛି। ଗୁରୁବାର ସକାଳ ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୭୬ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ତେବେ ବୁଧବାର ତୁଳନାରେ ଆଜିର ହାର ସାମାନ୍ୟ ଅଧିକ ରହିଛି। ଏଥି ସହିତ ଆଉ ଏକ ଆଶ୍ୱସ୍ତକର ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଗତ କିଛି ଦିନ ଧରି ଦୈନିକ କରୋନା ମୃତ୍ୟୁ ହାର ୪ ହଜାର ଉପରେ ଥିବାବେଳେ ଆଜି ୪ ହଜାର ତଳକୁ ଖସିଛି। ଆଜି ଦେଶରେ ୩, ୮୭୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

You might also like