ହିଂସା ଘଟାଇବା ପାଇଁ ତାହିର ଖର୍ଚ୍ଚ କରିଥିଲା ୧.୩ କୋଟି!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଦିଲ୍ଲୀ ପୋଲିସ। ପୂର୍ବତନ ଆମ ଆଦମୀ ପାର୍ଟି ନେତା ତାହିର ହୁସେନ୍। ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୋଲିସ ଚାର୍ଜସିଟରେ ଦର୍ଶାଇଛି। ତାହିର ହୁସେନଙ୍କ ସହ ୧୫ ଜଣ ଲୋକଙ୍କୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ।

ହିଂସାକାଣ୍ଡ ବେଳେ ତାହିର ହୁସେନ ନିଜ ଘର ଛାତ ଉପରେ ଥିଲେ ଏବଂ ସେ ହିଂସାରେ ଲୋକଙ୍କୁ ଉସୁକାଇଥିଲେ। ତେବେ ତାହିରଙ୍କ ନାଁରେ ଆଉ ଏକ ସଙ୍ଗିନ ଅଭିଯୋଗ ଆଣିଛି ପୋଲିସ। ହିଂସା ପାଇଁ ସେ ଏକ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଚାର୍ଜସିଟିରେ ଦର୍ଶାଇଛି ଦିଲ୍ଲୀ ପୋଲିସ। ଏନ୍ଆରସି ଓ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ତାହିର କଥା ହୋଇଥିଲେ।

ପୂର୍ବ ପ୍ରସ୍ତୁତି ଅନୁସାରେ ହିଂସାକାଣ୍ଡ ରଚାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ବେଳେ ଏହି ହିଂସା ଘଟାଇବା ଲାଗି ତାହିର ଓ ତାର ସମର୍ଥକ ପୂର୍ବ ପ୍ରସ୍ତୁତି କରିଥିଲେ ବୋଲି ଚାର୍ଜସିଟରେ ପୋଲିସ ଉଲ୍ଲେଖ କରିଛି।

You might also like