ଗଲୱାନ ଘାଟିକୁ ନେଇ ଚୀନର ଦାବି ଅଯୌକ୍ତିକ ଓ ଅବାସ୍ତବ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଭାରତ ଚୀନ ତିକ୍ତତା ଦିନକୁ ଦିନ ବିସ୍ଫୋରକ ରୂପ ନେଉଛି।  ଚୀନର ଦୋମୁହାଁ ନୀତିକୁ ଦେଖି ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି।

ଆପୋଷ ସହମତି ଭିତ୍ତିରେ ସମସ୍ତ ବୁଝାମଣା ହେବା ସତ୍ତ୍ୱେ ଏହାକୁ  ସମ୍ପୂର୍ଣ୍ଣ ବେଖାତିର କରିଛି ଚୀନ ସେନା। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ  ବିବୃତିରେ କୁହାଯାଇଛି, ସୀମାରେ ଭାରତର ଭୂଖଣ୍ଡ ଭିତରକୁ ଚୀନ ସେନା ଲଗାତାର ଅନଧିକାର ପ୍ରବେଶ କରିଛି।  ଉଭୟ ଦେଶର ଆପୋସ ସହମତିରେ ହୋଇଥିବା ସମସ୍ତ ସର୍ତ୍ତାବଳୀର ଖୋଲାଖୋଲି ଉଲଂଘନ ଚୀନ କରିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ଆଗରୁ ମଧ୍ୟ ଚୀନ ଏଭଳି ହୀନ ପ୍ରୟାସ କରିଆସିଛି । ହେଲେ ପୂର୍ବ ଅପେକ୍ଷା ଏ ବର୍ଷ ଚୀନର ଆଚରଣ ଉଗ୍ର ରୂପ ନେଇଛି। ଗତ ମେ’ ମାସଠାରୁ ପ୍ରକୃତ ନିୟନ୍ତ୍ରଣ ରେଖା ବା LAC ନିକଟରେ ଅଧିକ ସଂଖ୍ୟକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଚୀନ ସେନା ଠୁଳ କରୁଛି ବୋଲି ସେ କହିଛନ୍ତି । ଗଲୱାନ ଘାଟୀକୁ ନେଇ ଚୀନର ଦାବିକୁ ଅଯୌକ୍ତିକ ଏବଂ ଅବାସ୍ତବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି।

ସୂଚନାଥାଉ କି, ଏଲଏସିର ଗଲଓ୍ୱାନ ଘାଟିରେ ଚୀନ ବହୁ ସଂଖ୍ୟାରେ ସେନା ଛାଉଣୀ କରିଥିବା ସୂଚନା ମିଳିଛି। ସାଟେଲାଇଟ୍ ଚିତ୍ର ଅନୁସାରେ ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଚୀନ ସେନାର କ୍ୟାମ୍ପ କରି ରହିଥିବା ସହ ରାସ୍ତା ମଧ୍ୟ ତିଆରି କରି ସାରିଛି। ସେହିପରି ସୀମା ଆରପାଖରେ ଚୀନ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରୁଥିବା ରିପୋର୍ଟରୁ ଜଣାପଡ଼ିଛି । ଏହାସହ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଭାରିଜାନ ମଧ୍ୟ ଦେଖିବାକୁ ମିିଳିଛି।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like