କେବେ ହେବ JEE ଆଡଭାନ୍ସ ପରୀକ୍ଷା, ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ: ଲକଡାଉନ ପାଇଁ ସ୍ଥଗିତ ରହିଥିବା ପରୀକ୍ଷା ନେଇ ନୂଆ ତାରିଖ ଆସିଛି। ଅଗଷ୍ଟ ୨୩ରେ ହେବ JEE ଆଡଭାନ୍ସ ପରୀକ୍ଷା। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏହି ସୂଚନା ଦେଇଛନ୍ତି। ଦେଶରେ ଥିବା IIT ଓ ଇଣ୍ଡିଆନ ସ୍କୁଲ ଅଫ ମାଇନ୍ସରେ ଆଡମିଶନ ପାଇଁ ଛାତ୍ରଛାତ୍ରୀମାନେ JEE ଆଡଭାନ୍ସ ପରୀକ୍ଷା ଦେବେ। JEE ମେନର ଶ୍ରେଷ୍ଠ ଅଢେଇ ଲକ୍ଷ ଛାତ୍ରଛାତ୍ରୀ JEE ଆଡଭାନ୍ସ ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ।

ପୂର୍ବରୁ ମେ ୧୭ରେ JEE ଆଡଭାନ୍ସ ପରୀକ୍ଷା ଲାଗି ତାରିଖ ସ୍ଥିର ହୋଇଥିଲା। ତେବେ ଲକଡାଉନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଜେଇଇ ମେନ୍ ପରୀକ୍ଷା ହେବା ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସୂଚନା ଦେଇଥିଲେ।

You might also like