ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ !

ମାତ୍ର ସାତ ଦିନରେ କମିଯାଉଛି ଓଜନ : ରିପୋର୍ଟ

ନୂଆଦିଲ୍ଲୀ : ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ ଆଉ ଏକ ବିପଜ୍ଜନକ ଭାରିଏଣ୍ଟ୍ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଭାରିଏଣ୍ଟରେ ସଂକ୍ରମିତ ହେବାର ସାତ ଦିନ ମଧ୍ୟରେ ରୋଗୀର ଓଜନ ହ୍ରାସ ହୋଇଯାଉଛି । ପୂର୍ବରୁ ବ୍ରାଜିଲରେ ଏ ପ୍ରକାର ଭାରିଏଣ୍ଟ୍ ଚିହ୍ନଟ ହୋଇଥିଲା । ସେଠାରୁ ଗୋଟିଏ ପ୍ରକାର ଭାରିଏଣ୍ଟ୍ ଭାରତ ଆସିଥିବା କୁହାଯାଇଥିଲା । ତେବେ ବର୍ତ୍ତମାନ ବ୍ରାଜିଲରୁ ଭାରତକୁ ଦୁଇ ପ୍ରକାର ଭାରିଏଣ୍ଟ୍ ଆସିଥିବା କହିଛନ୍ତି ବୈଜ୍ଞାନିକ । ଦ୍ୱିତୀୟ ପ୍ରକାର ଭାରିଏଣ୍ଟର ନାମ ହେଉଛି B.1.1.28.2 ।

ବୈଜ୍ଞାନିକମାନେ ଏକ ମୂଷା ଉପରେ B.1.1.28.2 ଭାରିଏଣ୍ଟର ପରୀକ୍ଷଣ କରିଥିଲେ । ପରୀକ୍ଷଣର ଫଳାଫଳ ଆଶ୍ଚର୍ଯ୍ୟଜନକ   ରହିଛି । ନୂତନ ଭାରିଏଣ୍ଟ ଏତେ ବିପଜ୍ଜନକ ଯେ ସଂକ୍ରମିତ ହେବାର ସାତ ଦିନ ମଧ୍ୟରେ ରୋଗୀଙ୍କ ଓଜନ ହ୍ରାସ କରୁଥିବା ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ । ଏହା ସହ ଡେଲଟା ଭାରିଏଣ୍ଟ୍ ପରି ଏହି ଭାରିଏଣ୍ଟ୍ ଆଣ୍ଟିବଡିର କ୍ଷମତା ମଧ୍ୟ ହ୍ରାସ କରିପାରେ ।

ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଜ୍ଞାନିକମାନେ କହିଛନ୍ତି, B.1.1.28.2 ଭାରିଏଣ୍ଟ୍ ବିଦେଶରୁ ଆସିଥିବା ଦୁଇ ଜଣଙ୍କ ଠାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟ୍ ର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା ଓ ପରେ ପରୀକ୍ଷା କରାଗଲା । ତେବେ ବର୍ତ୍ତମାନ ଭାରତରେ ନୂଆ ଭାରିଏଣ୍ଟ ଦ୍ୱାରା ଅଧିକ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଭାରତର ଦ୍ୱିତୀୟ ଲହରୀ ପାଇଁ ଡେଲଟା ଭାରିଆଣ୍ଟ ଦାୟୀ ବୋଲି ଜଣାପଡ଼ିଛି ।

ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭାରିଏଣ୍ଟର ନାମ ଡେଲଟା’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୋମବାର ଏହି ନାମ ରଖାଯାଇଛି । କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ନେଇ ବିବାଦ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ମୁଖ୍ୟ ଭାରିଏଣ୍ଟ ଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ନାମରେ ଜାଣିବା ପାଇଁ ସହଜ ନାମକରଣ ପ୍ରକ୍ରିୟା ଆରମ୍ଭ କରିଛି । ଭାରତରେ ୨୦୨୦ ଅକ୍ଟୋବର ୨୦ରେ ମିଳିଥିବା B.1.617.2  G/452R.V3 ଭାରିଏଣ୍ଟର ନାମ ଡେଲ୍ଟା ଭାରିଏଣ୍ଟ ରଖାଯାଇଛି ।  ଭାତରେ ଚିହ୍ନଟ ହୋଇଥିବା ଦ୍ୱିତୀୟ ଷ୍ଟେନ(B.1.617.1)ର ନାମ କପ୍ପା ରଖାଯାଇଛି ।  ବ୍ରିଟେନରେ ୨୦୨୦ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିବା ଭାରିଏଣ୍ଟର ନାମ ଆଲଫା ରଖାଯାଇଥିବା ବେଳେ ସାଉଥ୍ ଆଫ୍ରିକାରେ ମିଳିଥିବା ଭାରିଏଣ୍ଟକୁ ବିଟା କୁହାଯାଉଛି ।

You might also like