ଆଜି ଦେଶରେ କରୋନାରେ ୩, ୪୬୦ ମୃତ, ୧.୬୫ ଲକ୍ଷ ନୂଆ ମାମଲା

ନୂଆଦିଲ୍ଲୀ : ବର୍ତ୍ତମାନ ଭାରତରେ କରୋନା ଭାଇରସର ଗତି ହ୍ରାସ ପାଉଛି। ଗତ କିଛି ଦିନ ହେବ ଭାରତରେ କରୋନା ଭାଇରସ୍ ସଂକ୍ରମଣର ନୂଆ ମାମଲା ରେକର୍ଡ ଅନୁସାରେ ଏଥିରେ ସଂକ୍ରମଣରେ ହ୍ରାସ ଦେଖାଯାଉଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧,୬୫,୫୫୩ ନୂଆ କରୋନା ଭାଇରସ ସଂକ୍ରମଣ ହୋଇଥିବା ଜଣାପଡିଛି।  ଏହା ସହିତ ଦିନକରେ କରୋନା କାରଣରୁ ଦେଶରେ ୩,୪୬୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ସୁସ୍ଥ ହେବା ପରେ ୨,୭୬,୩୦୯ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ରବିବାର ଦିନ ଭାରତରେ ମୋଟ କରୋନା ମାମଲା ସଂଖ୍ୟା ୨,୭୮,୯୪,୮୦୦କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ ମୋଟ ୩,୨୫,୯୭୨ ମୃତ୍ୟୁ ଘଟିଛି। ସେହିପରି ମୋଟ ୨,୫୪,୫୪,୩୨୦ ଲୋକ କରୋନାରୁ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି।

ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତରେ କରୋନା ସଂକ୍ରମଣର ୨୧,୧୪,୫୦୮ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷରେ, ଯଦି ଆମେ ଦେଶରେ ଚାଲିଥିବା ଟିକାକରଣ ବିଷୟରେ ଆଲୋଚନା କରିବା, ତେବେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୨୧,୨୦,୬୬,୬୧୪ ଡୋଜ ଟିକା ଦିଆଯାଇଛି।  ମନ୍ତ୍ରାଳୟ ଅନୁସାରେ ଶନିବାର ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ୧୪,୧୫,୧୯୦ ଲୋକଙ୍କୁ ପ୍ରଥମ ଟିକାକରଣ କରାଯାଇଛି। ସେହିପରି ସମାନ ଗୋଷ୍ଠୀର ୯,୦୭୫ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭରୁ ସାରା ଦେଶରେ ମୋଟ ୧,୮୨,୨୫,୫୯ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି। ବିହାର, ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ୧୮–୪୪ ବର୍ଷ ବୟସ ବର୍ଗରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟିକାକରଣର ପ୍ରଥମ ଡୋଜ୍ ଦିଆଯାଇଛି।

ଅନ୍ୟପକ୍ଷରେ ବ୍ଲାକ୍ ଫଙ୍ଗସ୍ ପରେ ବର୍ତ୍ତମାନ ଆଉ ଏକ ଫଙ୍ଗଲ୍ ଆକ୍ରମଣ ଦେଶରେ ଚିନ୍ତା ବଢାଇ ଦେଇଛି। ଏହା ହେଉଛି ଆସ୍ପର୍ଗିଲିସ୍। ବ୍ଲାକ୍ ଫଙ୍ଗସ୍ ପରି ଏହା ମଧ୍ୟ କରୋନା ଭାଇରସ୍ ରୋଗୀଙ୍କ ଉପରେ ଆକ୍ରମଣ କରୁଛି। ଏହି ସଂକ୍ରମଣ ସେହି ରୋଗୀମାନଙ୍କଠାରେ ଦେଖା ଯାଉଛି ଯେଉଁମାନେ କରୋନା ପଜିଟିଭ୍ ଅଛନ୍ତି କିମ୍ବା କରୋନାରୁ ସୁସ୍ଥ ହୋଇଛନ୍ତି। ଏବେ ଗୁଜୁରାଟର ଭଡୋଦରାଠାରେ ଆସ୍ପର୍ଗିଲିସର ୮ ଟି ମାମଲା ଦେଖିବାକୁ ମିଳିଛି। ଏହା ବ୍ୟତୀତ ମୁମ୍ବାଇ ଏବଂ ଉତ୍ତରପ୍ରଦେଶର ଗାଜିଆବାଦରେ ଏହିପରି କିଛି ରୋଗୀ ଚିକିତ୍ସିତ ହେଉଛନ୍ତି।

You might also like