ସେନାଙ୍କ ପାଇଁ ଅତ୍ୟାଧୁନିକ ବିଲଡିଂ; ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ଦେବ ସୁରକ୍ଷା

ନୂଆଦିଲ୍ଲୀ:  ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ ।

ହେଲେ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ସୁରକ୍ଷା ଦେଇପାରିବ । ଏହି କଠୋରୀରେ ଉପଯୁକ୍ତ ଉତ୍ତାପ, ପାଣି, ବିଜୁଳି ଓ ସମସ୍ତ ପ୍ରକାରର ଖାଦ୍ୟପେୟ ପାଇଁ ବ୍ୟବସ୍ଥା ରହିଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଥଣ୍ଡା ସମୟରେ ସୀମାରେ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିବା ପାଇଁ ଏହା ଯବାନମାନଙ୍କୁ ଅଧିକ ସହାୟକ ହେବ ଏହି ବିଲଡିଂରେ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।

କେବଳ ଯବାନମାନଙ୍କ ପାଇଁ ନୁହେଁ, ତୁଷାରପାତ ଓ ଥଣ୍ଡା ପବନରୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ତିଆରି କରାଯାଇଛି । ବର୍ତ୍ତମାନ ଏଲଏସିରେ ଚାଇନା ସହ ତିକ୍ତତା ଚାଲିଛି । ଏଭଳି ସ୍ଥିତିରେ ନୂଆ ବିଲଡିଂ ର୍ନିମାଣ କରାଯାଇଥିବାରୁ ସେଠାରେ ଅଧିକ ସଂଖ୍ୟକ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇ ପାରେ।

You might also like