କରୋନା ଟେଷ୍ଟ ପାଇଁ ନୂଆ ଆଡଭାଇଜରି ଜାରି କଲା ICMR

ନୂଆଦିଲ୍ଲୀ: କରୋନା ଟେଷ୍ଟ ପାଇଁ Indian Council of Medical Research(ICMR) ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି। ଅଧିକ କରୋନା ସଂକ୍ରମଣ ହୋଇଥିବା ସହରର କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସମସ୍ତଙ୍କର କରୋନା ଟେଷ୍ଟ ପାଇଁ ICMR ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜାଣନ୍ତୁ ICMR ପକ୍ଷରୁ ଜାରି ହୋଇଥିବା ନୂଆ ଆଡଭାଇଜରି କ’ଣ କ’ଣ ରହିଛି…

  • କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଶତ ପ୍ରତିଶତ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଯାହାର ବି କରୋନା ଲକ୍ଷଣ ଅଛି, ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣହୀନ ଓ ହାଇ ରିସ୍କ ବ୍ୟକ୍ତି ଏବଂ ଲକ୍ଷଣ ନ ଥିବା ହାଇ ରିସ୍କ ବ୍ୟକ୍ତିଙ୍କ ଟେଷ୍ଟ କରିବାକୁ ପରାମର୍ଶ।
  • ଅଣ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଯେଉଁ ବ୍ୟକ୍ତି ୧୪ ଦିନ ଭିତରେ ବିଦେଶ ଯାତ୍ରା କରିଥିବେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଲକ୍ଷଣ ଥିବ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଯାହାର କି ଲକ୍ଷଣ ଥିବ, ଲକ୍ଷଣ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟ ଟେଷ୍ଟ କରିବାକୁ ପରାମର୍ଶ।
  • ଯିଏ ବିଦେଶ ଯାତ୍ରା କରିବେ କିମ୍ବା ଅନ୍ୟ ରାଜ୍ୟକୁ ଯିବେ, ଏଣ୍ଟ୍ରି ପଏଣ୍ଟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ।
  • ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ଯାହାର ପଜିଟିଭ ବାହାରିଥିବ, ଲକ୍ଷଣ ଥାଉ ବା ନ ଥାଉ ତାଙ୍କୁ ପଜିଟିଭ ବୋଲି ଧରାଯିବ।
  • ଯଦି ଆଣ୍ଟିଜେନ୍‌ ଟେଷ୍ଟରେ ନେଗେଟିଭ ବାହାରିଥିବ, କିନ୍ତୁ କାଶ, ଜ୍ୱର ଓ ଗଳା ଦରଜ ଭଳି ଲକ୍ଷଣ ଥିଲେ ତାଙ୍କର RT-PCR ଟେଷ୍ଟ କରାଯିବ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କ ଯଦି ପ୍ରଥମେ ଲକ୍ଷଣ ନ ଥିବ କିନ୍ତୁ ପରେ ଲକ୍ଷଣ ପ୍ରକାଶ ପାଏ, ତେବେ ତାଙ୍କର ମଧ୍ୟ RT-PCR ଟେଷ୍ଟ କରିବାକୁ ପରାମର୍ଶ। 

ଆହୁରି ପଢ଼ନ୍ତୁ

You might also like