ଯୁବ ଆଇପିଏସ୍ ଅଫିସରଙ୍କୁ ମୋଦିଙ୍କ ସମ୍ବୋଧନ, ‘ୟୁନିଫର୍ମର ସମ୍ମାନ ବଜାୟ ରଖ’

ନୂଆଦିଲ୍ଲୀ: ୟୁନିଫର୍ମ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ଲୋକଙ୍କ କାମ କରିବାକୁ ପିନ୍ଧ। ୟୁନିଫର୍ମର ସମ୍ମାନ ସର୍ବଦା ବଜାୟ ରଖ। ଆଜି କିଛି ଏଭଳି ଢଙ୍ଗରେ ଯୁବ ଆଇପିଏସ୍ ଅଫିସରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ୍ ପୋଲିସ୍ ଏକାଡେମୀରେ ଆୟୋଜିତ ଦିକ୍ଷାନ୍ତ ପରେଡ୍ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ।

ଯୁବ ଆଇପିଏସଙ୍କ ଉତ୍ସାହ ବୃଦ୍ଧି କରିବା ସହ ଅଗାମୀ ସମୟରେ ଆସିବାକୁ ଥିବା ସଂଘର୍ଷ ଓ କର୍ତ୍ତବ୍ୟକୁ ବୁଝାଇଛନ୍ତି ମୋଦି। ପୋଲିସ୍ ଅଧିକାରୀ ଭାବେ ଲୋକଙ୍କ ସହ ରହିବା, ତାଙ୍କ ପାଇଁ କାମ କରିବା ଏହା ମୂଳ ଲକ୍ଷ୍ୟ ହେବା ଆବଶ୍ୟକ। ପୋଲିସ୍ ଅଧିକାରୀ ଭାବେ କାମ କଲା ବେଳେ ନିଜକୁ ଫିଟ୍ ରଖିବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ଯୋଗ ଓ ପ୍ରାଣାୟାମକୁ ଗୁରୁତ୍ୱ ଦେଇଛନ୍ତି। କରୋନା ମୁକାବିଲା ବେଳେ ପୋଲିସ୍ ଅଧିକାରୀଙ୍କ କାର୍ଯ୍ୟ ଉଲ୍ଲେଖନୀୟ ବୋଲି କହିଛନ୍ତି ମୋଦି।

ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଆଇପିଏସ୍ ଅଫିସରଙ୍କୁ ‘ସିଙ୍ଘମ’ ଭଳି ନହେବାକୁ କହିଛନ୍ତି। ମୋଦି କହିଛନ୍ତି, କିଛି ଯୁବ ଅଫିସର୍ ଯେତେବେଳେ ପ୍ରଥମେ ଡ୍ୟୁଟିରେ ଯୋଗ ଦିଅନ୍ତି, ସେମାନେ ନିଜର ପରାକ୍ରମ ଦେଖାଇବାକୁ ପ୍ରୟାସ କରନ୍ତି, ଯାହାଦ୍ୱାରା ଲୋକମାନଙ୍କ ଭିତରେ ତାଙ୍କପ୍ରତି ଭୟ ରହିବ। କିନ୍ତୁ ଏହା କରିବା ବଦଳରେ ଅଫିସରମାନେ ନିଜର ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତିବା ଦରକାର ବୋଲି ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like