ଭାରତରେ ଲଞ୍ଚ୍‌ ହେଲା ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌

ନୂଆଦିଲ୍ଲୀ: Netflix ସବୁଠାରୁ ଶସ୍ତା ମୋବାଇଲ୍‌ ପ୍ଲାନ୍‌ ଆଜି ଭାରତରେ ଲଞ୍ଚ୍‌ କରିଛି। ଯାହାର ଦାମ୍‌ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ମାସିକ ସବ୍‌ସ୍କ୍ରିସନ୍‌ ପ୍ଲାନ୍‌ ୧୯୯ ଟଙ୍କା ରହିଛି। ଏହା କେବଳ ଏସ୍‌ଡିରେ ଷ୍ଟ୍ରିମିଙ୍ଗ୍‌ ହୋଇପାରିବ। ମୋବାଇଲ୍‌ ଓ ଟାବ୍‌ଲେଟ୍‌ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ। ବିଶେଷ କରି ଭାରତୀୟ ୟୁଜର୍ସମାନେ ଏହାର ଫାଇଦା ଉଠାଇ ପାରିବେ କାହିଁକି ନା ଏହି ପ୍ଲାନ୍‌ କେବଳ ଭାରତରେ ଉପଲ୍ଲବ୍ଧ।

ଆଜିଠୁ Netflixର ଏହି ପ୍ଲାନ୍‌ ଭାରତରେ ଆରମ୍ଭ ହୋଇଛି। Netflixର ଏହି ଶସ୍ତା ପ୍ଲାନ୍‌ ଆମାଜନ୍‌ର ପ୍ରାଇମ୍‌ ଭିଡିଓ, ହଟ୍‌ଷ୍ଟାର୍‌ ଭଳି ଭିଡିଓ ଷ୍ଟ୍ରିମିଙ୍ଗ୍‌ ପ୍ଲାଟ୍‌ଫର୍ମକୁ ପଛରେ ପକାଇବ ବୋଲି କୁହାଯାଉଛି। Netflixର ଏହି ପ୍ଲାନ୍‌ଟି ବହୁତ ଶସ୍ତା ହୋଇଥିବାରୁ ଏଥିରେ ଟିଭି ସପୋର୍ଟ କରିବ ନାହିଁ।

ବର୍ତ୍ତମାନ ପାଇଁ ଏହି ପ୍ଲାନ୍‌ଟି ଟେଷ୍ଟିଂରେ ଥିବାବେଳେ ପରେ ଏହାର ଅନ୍ୟ ପ୍ଲାନ୍‌ ଗୁଡ଼ିକ ଉପଲ୍ଲବ୍ଧ ହେବ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ହଟ୍‌ଷ୍ଟାର୍‌ ମାସକୁ ୨୯୯ଟଙ୍କା ଚାର୍ଜ କରୁଥିବା ବେଳେ ଆମାଜନ୍‌ ଏହାର ଭିଡିଓ ଓ ଷ୍ଟ୍ରିମିଙ୍ଗ୍‌ ସହ ପ୍ରାଇମ୍‌ମେମ୍ବରସିପ୍‌ ପାଇଁ ମାସକୁ ୧୨୯ଟଙ୍କା ଚାର୍ଜ କରୁଛି।

You might also like