ନେତାଜୀ ଜୟନ୍ତୀ: ପରାକ୍ରମ ଦିବସ ନା ଦେଶନାୟକ ଦିବସ ?

ନୂଆଦିଲ୍ଲୀ: ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି   ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି ।

ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି  ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ଥର ଆରମ୍ଭ ହୋଇଛି ପରାକ୍ରମ ଦିବସ। ମୋଦି ଓ ମମତାଙ୍କ କାର୍ଯ୍ୟକ୍ରମକୁ ନେଇ ଏକରକମ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ।

ମୋଦି ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ପ୍ରଦର୍ଶନୀ ଉଦ୍‌ଘାଟନ କରିବେ। ଅନ୍ୟପଟେ ଉତ୍ତର କୋଲକାତାରେ ଜନ ସମାବେଶ ଆୟୋଜନ କରୁଛନ୍ତି ମମତା। ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା ରଖିଛନ୍ତି। ହେଲେ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି।

ନେତାଜୀଙ୍କ ଜନ୍ମ ଦିନରେ ରାସ୍ତାରୋକ କରିବାକୁ ଦଳ ଚାହୁଁନାହିଁ। ତେବେ ଟିଏମ୍‌ସି ଯାହା କରୁଛି କେତେ ଠିକ୍ ତା ଜବାବ ଦେବ ବୋଲି ବିଜେପି ନେତା କହିଛନ୍ତି।

ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଛି।

You might also like