ହେଲିକପ୍ଟର୍ ଦୁର୍ଘଟଣାରେ ନେପାଳ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ୫ ମୃତ
କାଠମାଣ୍ଡୁ: ନେପାଳର ତେହରାଥୁମ୍ ଜିଲ୍ଲାରେ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢ଼ନ୍ତୁ
ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍ ଯାଉଥିବା ବେଳେ ହଠାତ୍ ହେଲିକପ୍ଟର୍ ଟି ତଳକୁ ଖସିପଡ଼ିଥିଲା। ତେବେ କେଉଁ କାରଣରୁ ହେଲିକପ୍ଟର୍ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।