ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

କାଠମାଣ୍ଡୁ: ମାଉଣ୍ଟ ଏଭରେଷ୍ଟ ଉପରକୁ ଏକାଧିକବାର ଚଢ଼ି ରେକର୍ଡ କରିଥିବା ନେପାଳୀ ପର୍ବତାରୋହୀ ଅଙ୍ଗ୍‌ ରୀତା ଶେରପା(Ang Rita Sherpa) ଙ୍କର ପରଲୋକ ହୋଇଯାଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିଛନ୍ତି। ଏତେଥର ମାଉଣ୍ଟ ଏଭରେଷ୍ଟ ଚଢିଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ଅଙ୍ଗ୍‌ ରୀତା ଶେରପା। ତାଙ୍କର ଏହି ସଫଳତା ପାଇଁ ୨୦୧୭ରେ ସେ ଗିନିଜ ବୁକ୍‌ ଅଫ ରେକର୍ଡ ଜିତିଥିଲେ।

ତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ହୋଇଥିଲେ। ଶେଷରେ ୭୨ ବର୍ଷ ବୟସରେ  ଗତ ସୋମବାର ତାଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁରେ ସାରା ନେପାଳ ଏବଂ ପର୍ବତାରୋହୀଙ୍କୁ ଗଭୀର ଧକ୍କା ଦେଇଛି।

ଏଠି କହିରଖିବୁ, ଅଙ୍ଗ୍‌ ରୀତା ଶେରପା ୧୦ ଥର ଯାକ ବିନା ଅକ୍ସିଜେନ ସିଲିଣ୍ଡରରେ ଏଭରେଷ୍ଟ ଚଢିଥିଲେ। ସେଥିପାଇଁ ସେ ‘ସ୍ନୋ ଲିଓପାର୍ଡ’ ନାମରେ ପରିଚିତ ଥିଲେ। ପ୍ରଥମ ଥର ପାଇଁ ସେ ୧୯୯୩ରେ ମାଉଣ୍ଟ ଏଭରେଷ୍ଟ ଚଢିଥିଲେ। ଏହାପରେ ୧୯୯୬ ଭିତରେ ୧୦ ଥର ଚଢିଥିଲେ। ତାଙ୍କର ନାତି ଫୁର୍ବା ତଶେରିଙ୍ଗଙ୍କ କହିବା ଅନୁଯାୟୀ, ତାଙ୍କର ମୃତ୍ୟୁ କାଠମାଣ୍ଡୁ ସ୍ଥିତ ବାସଭବନରେ ହୋଇଥିଲା ।

ଆହୁରି ପଢ଼ନ୍ତୁ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

You might also like