ଧାର୍ଯ୍ୟ ସମୟରେ ହେବ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ: ଘୁଞ୍ଚିବ ନାହିଁ NEET-2020 ଓ JEE Main-2020। ପୂର୍ବ ନିର୍ଦ୍ଧାରିତ ସମୟ ସେପ୍ଟେମ୍ବରରେ ହିଁ ହେବ ପରୀକ୍ଷା ।ପରୀକ୍ଷା ଘୁଞ୍ଚାଇବାକୁ ଦାଖଲ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ଅରୁଣ ମିଶ୍ର, ବିଆର୍ ଗାବି, କ୍ରିଷ୍ଣା ମୋରାଇଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି।

ଦେଶର ବିଭିନ୍ନ ରାଜ୍ୟରୁ ୧୧ ଜଣ ପରୀକ୍ଷାର୍ଥୀ ଏଣ୍ଟ୍ରାନ୍ସ  ଘୁଞ୍ଚାଇବାକୁ ନିବେଦନ କରିଥିଲେ। କୋଭିଡ୍ ପରିସ୍ଥିିତିରେ ପରୀକ୍ଷା କରାନଯାଇ ଏହାକୁ ଆସନ୍ତା କିଛି ମାସ ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା କରାଇବାକୁ ନିବେଦନ କରିଥିଲେ। ତେବେ ଏହି ଆବେଦନ ଖାରଜ କରି ଜଷ୍ଟିସ୍ ମିଶ୍ର କହିଛନ୍ତି, ପରୀକ୍ଷା ନିର୍ଦ୍ଧାରିତ ସମୟରେ କରାଯିବ। ସେ ଆହୁରି କହିଛନ୍ତି, ଶିକ୍ଷା ସହ ଜଡ଼ିତ ଜିନିଷକୁ ଖୋଲି ଦେବା ଉଚିତ୍। କାରଣ କୋଭିଡ-୧୯ ଏକ ବର୍ଷ ଧରି ଲାଗି ରହିପାରେ। ଏହାକୁ ସ୍ଥଗିତର ରଖିଲେ ପିଲାଙ୍କ କ୍ୟାରିୟର ଖରାପ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ।

ତେବେ ପରୀକ୍ଷା ସମୟରେ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଠି କହିରଖିବୁ, ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ JEE ମେନ୍‌ ସେପ୍ଟେମ୍ବର ୧ରୁ ସେପ୍ଟମ୍ବର ୬ ପର୍ଯ୍ୟନ୍ତ ହେବ। ଜେଇଇ ଆଡ୍‌ଭାନ୍ସ ସେପ୍ଟେମ୍ବର ୨୭ରେ ହେବ । ସେହିପରି NEET 2020 ସେପ୍ଟେମ୍ବର ୧୩ ତାରିଖରେ କରାଯିବ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like