୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ଏବେ ହେବ ନାହିଁ ନିଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଅତିକମରେ ୪ ମାସ ନିଟ୍ ପିଜି ପରୀକ୍ଷା ସ୍ଥଗିତ ରହିବ। କରୋନା ଡ୍ୟୁଟିରେ ନିୟୋଜିତ ହେବେ MBBS ଅନ୍ତିମ ବର୍ଷର ମେଡିକାଲ ଛାତ୍ର। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ ସମ୍ମାନିତ କରାଯିବ। ଏହାସହ ନିୟୋଜିତ ଡାକ୍ତରୀ ଛାତ୍ରଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ମିଳିବ।BSc/GNM ଛାତ୍ରୀଙ୍କୁ କୋଭିଡ୍ ନର୍ସିଂ ଡ୍ୟୁଟିରେ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି। ଶହେ ଦିନ କୋଭିଡ୍ ଡ୍ୟୁଟି କରିଥିବା ଚିକିତ୍ସାକର୍ମୀଙ୍କୁ କୋଭିଡ୍ ଜାତୀୟ ସେବା ସମ୍ମାନରେ ସମ୍ମାନିତ କରାଯିବ।

ତେବେ କୋଭିଡ୍ ଡ୍ୟୁଟିରେ ସାମିଲ୍ ହେବେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ। ନର୍ସିଂ ଛାତ୍ରଛାତ୍ରୀଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯିବ ବୋଲି ଗତାକଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ନିୟୋଜିତ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ସହ ମିଳିବ ପ୍ରୋତ୍ସାହନ ରାଶି। ତେବେ  ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଗୋଟିଏ ପରେ କରୋନା ନିଜର କାୟା ବିସ୍ତାର କରୁଥିବା ବେଳେ MBBS ଶେଷ ବର୍ଷ ଛାତ୍ରଛାତ୍ରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ କରୋନା ଡ୍ୟୁଟିରେ ନିୟୋଜିତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ସେପଟେ, ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ ବି ଲୋକଙ୍କୁ ଚିକିତ୍ସା ସୁବିଧା ମିଳିପାରୁନି । କାରଣ ଡାକ୍ତରଖାନାରେ ବେଡ୍‌ ଅଭାବ ଦେଖାଦେଇଛି । ଡାକ୍ତରଖାନା ଗଲେ ବି ଅକ୍ସିଜେନ ମିଳୁନି । ଏପରି ସ୍ଥିତିରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୬୮ ହଜାର ୧୪୭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ଦେଶରେ ୩୪୧୭ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି । ଦେଶରେ ବର୍ତ୍ତମାନ ୩୪,୧୩,୬୪୨ ଟି ଆକ୍ଟିଭ କେସ ଥିବାବେଳେ ୨୪ ଘଣ୍ଟାରେ ୧୨, ୧୦,୩୪୭ ଜଣ ଭାକ୍ସିନ ନେଇଛନ୍ତି ।

ଏପଟେ ରାଜ୍ୟରେ, ଗତକାଲି ଭଳି ଆଜି ମଧ୍ୟ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟରେ  ୮ ହଜାର ୯୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧,୨୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ୬୩୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩ ଓ ଖୋର୍ଦ୍ଧାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୦୭୩ରେ ପହଞ୍ଚିଛି।

You might also like