ନିଟ୍-୨୦୨୧: ପ୍ରବେଶିକା‌ ପରୀକ୍ଷା ତାରିଖ ଘୋଷଣା କଲା NTA

  • ଅଗଷ୍ଟରେ ହେବ NEET-୨୦୨୧ ପରୀକ୍ଷା
  • ତାରିଖ ଘୋଷଣା କଲା NTA
  • ପେନ୍‌ ଓ ପେପର ମୋଡରେ ହେବ ପରୀକ୍ଷା
  • ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ହେବ NEET ବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ । ଏ ନେଇ ଶୁକ୍ରବାର ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)।  ଏନଟିଏ ପକ୍ଷରୁ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି ।  ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ପାଇଁ  ଅନ୍‌ଲାଇନ୍ ଆପ୍ଲିକେସନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ । ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ୍ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ସମ୍ବନ୍ଧିତ ଅନ୍ୟାନ ସୂଚନା ମଧ୍ୟ ଜାରି କରିଛନ୍ତି ।

ଯେଉଁମାନେ  ଏମ୍‌ବିବିଏସ୍, ବିଡିଏସ୍ ପ୍ରୋଗ୍ରାମ କରିବାକୁ ଚାହୁଁଥିବେ ରେଜିଷ୍ଟ୍ରେସନ କରି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଆବେଦନ କରିପାରିବେ । ଆଡମିଶନ ପୋର୍ଟାଲ ntaneet.nic.in କୁ ଯାଇ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଫଲାଇନ୍ ମୋଡ୍‌ରେ ହେବ ପରୀକ୍ଷା।  ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି ।

ଏନ୍‌ଟିଏ ପକ୍ଷରୁ କୁହାଯାଇଛି, ଏମବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏମସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‌ ୨୦୨୧ର ଆୟୋଜନ ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଏନଟିଏ ପକ୍ଷରୁ କୁହାଯାଇଛି, ଏହି ପରୀକ୍ଷା ଅଗଷ୍ଟ ୧ରେ ପେନ୍‌ ଓ ପେପର ମୋଡରେ  କରାଯିବ।

 ନିଟ୍‌ ପରୀକ୍ଷା, କୋର୍ସ, ବୟସସୀମା, ସଂରକ୍ଷଣ, ସିଟ୍‌ ବର୍ଗୀକରଣ, ପରୀକ୍ଷା ଫି, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ତଥ୍ୟ ଦିଆଯିବ। ସୂଚନାଥାଉ କି, ଗତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଏବଂ ଜବାହାରଲାଲ ନେହରୁ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ କଲେଜ ଏଜୁକେଶନ ଆଣ୍ଡ ରିସର୍ଚ୍ଚର MBBS କୋର୍ସ ପରୀକ୍ଷା ମଧ୍ୟ ନିଟ୍‌ ଜରିଆରେ ଆୟୋଜିତ କରଯାଇଥିଲା। 

ସୂଚନାଥାଉ କି ନିଟ୍‌ ପରୀକ୍ଷା ପାଇଁ ସର୍ବନିମ୍ନ ଯୋଗ୍ୟତା ଦ୍ୱାଦଶ ଅଟେ। ଦ୍ୱାଦଶରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି/ବାୟୋ ଟେକ୍ନୋଲଜି ବିଷୟ ଥିବା ଜରୁରୀ ଅଟେ। ଏହି ଏଣ୍ଟ୍ରାନ୍ସ ଜରିଆରେ ଆୟୁଷ, ବିବିଏସ୍‌ସି  କୋର୍ସରେ ନାମ ଲେଖାଇ ପାରିବେ

You might also like