ଚୀନ ନାଗରିକ ଭାବି ଭାରତୀୟଙ୍କୁ ପିଟିଲେ

ଜେରୁଜେଲମ୍‌: କରୋନା ଭାଇରସ୍‌ ଚାଇନାରୁ ସଂକ୍ରମିତ ହୋଇ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭାଇରସ ଆଜି ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏ ଯାଏ ରୋଗର ମୁକାବିଲା ପାଇଁ ଔଷଧ ବାହାରି ନ ଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ଏପରି ପରିସ୍ଥିତିରେ ଲୋକଙ୍କ ରାଗ ଚୀନ ଉପରେ ବଢୁଛି। ଇସ୍ରାଏଲରେ ଜଣେ ଭାରତୀୟଙ୍କୁ ଚୀନ୍ ନାଗରିକ ବୋଲି ଭାବି ନିସ୍ତୁକ ପିଟିଛନ୍ତି ସେଠିକାର ଲୋକେ।

ଦୁଇ ଜଣ ଲୋକ ଏହି ଭାରତୀୟଙ୍କୁ ‘ଚାଇନିଜ୍‌’ କହିବା ସହ ‘କରୋନା’ ‘କରୋନା’ ଚିଲାଇଥିଲେ। ଚାଇନାରୁ ହିଁ କରୋନା ବ୍ୟାପିଥିବାରୁ ଏହି ଦୁଇ ଜଣ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଚାଇନା ନାଗରିକ ଭାବି ନିର୍ଦ୍ଧୁମ ମାଡ଼ ମାରିଥିବା ଜଣାପଡ଼ିଛି।

ତେବେ ଏହି ଭାରତୀୟ ଓ ତାଙ୍କ ନାଁ ଆମ୍‌ ଶାଲେମ୍‌ ସିଙ୍ଗସନ୍‌। ସେ  ମଣିପୁର ଓ ମିଜୋରାମର ବାସିନ୍ଦା ଏବଂ ବସବାସ କରୁଥିବା ବିନେଇ ମେନାସୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି।  ତାଙ୍କ ସହ ଏପରି ଅଘଟଣ ପରେ ପୁଲିସ୍‌ ଏହି ଦୁଇ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି। କୌଣସି ସାକ୍ଷୀ ଘଟଣାସ୍ଥଳରେ ଉପସ୍ଥିତ ନଥିବାରୁ ସିସିଟିଭିରୁ ପୁଲିସ୍ ତଦନ୍ତ କରୁଛି।

ସିଙ୍ଗସନ୍‌ କହିଛନ୍ତି ସେ ଦୃର୍ବୃତ୍ତମାନଙ୍କୁ ବହୁତ ଥର ବୁଝାଇବାକୁ ପ୍ରୟାସ କରିଥିଲେ ସେ ଚାଇନା ନାଗରିକ ନୁହନ୍ତି। ତାଙ୍କୁ କରୋନା ମଧ୍ୟ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ୩ ବର୍ଷ ତଳେ ସିଙ୍ଗସନ୍‌ ପରିବାର ସହ ଇସ୍ରାଏଲ ଯାଇଥିଲେ।

You might also like