ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତାକୁ ଭିଡିଓ ଗେମ୍ ମାଧ୍ୟମରେ ଦେଖାଇବ ବାୟୁସେନା
ନୂଆଦିଲ୍ଲୀ: ମୋବାଇଲ ଗେମ୍ରେ ବାୟୁସେନାଙ୍କ ବୀରଗାଥା। ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହାସିକତାକୁ ଭିଡିଓ ଗେମ୍ ମାଧ୍ୟମରେ ଦେଖାଇବ ବାୟୁସେନା। ଯାହାର ଟିଜର ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।
ସ୍ମାର୍ଟ ଫୋନ୍ରେ ଭିଡିଓ ଗେମ୍ ଖେଳୁଥିବା ୟୁଜର୍ସମାନେ ଏଣିକି ବାୟୁସେନାଙ୍କ ସହ ମିଶି ଶତ୍ରୁପକ୍ଷର ମୁକାବିଲା କରିବେ। ଭାରତୀୟ ବାୟୁସେନା ପକ୍ଷରୁ ଏହି ଡିଜିଟାଲ ଭିଡିଓ ଗେମ୍ ବିକଶିତ କରାଯାଇଛି। ଖୁବ୍ ଶୀଘ୍ର ଏହା ମୋବାଇଲ ଆପ୍ଲିକେସନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।
ମୋବାଇଲ ଗେମ୍ରେ ଆରମ୍ଭରୁ ଲଢୁଆ ବିମାନ ମିଗ୍ -୨୧ରୁ ଆରମ୍ଭ ହେବ। ଯାହାକୁ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଉଡ଼ାଇ ପାକିସ୍ତାନର ଏଫ୍-୧୬କୁ ମାରି ଗଡ଼ାଇ ଦେଇଥିଲେ। ପ୍ରଥମେ ସିଙ୍ଗଲ ଏବଂ ପରେ ଏହା ମଲ୍ଟି ପ୍ଲେୟାର ମୋଡ୍କୁ ବିକଶିତ କରାଯିବ ବୋଲି ଜଣାପଡ଼ିଛି। ଏହି ଆନିମେଟେଡ୍ ଡିଜିଟାଲ ଭିଡିଓ ଗେମ୍ ବେଶ୍ ଲୋକପ୍ରିୟ ହେବ ବୋଲି ଏହାର ଡେଭଲପର ଆଶା ରଖିଛନ୍ତି।