ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୦ ହଜାର ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦେଶରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି କହୁଥିଲେ ମଧ୍ୟ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ପ୍ରାୟ ପ୍ରତିଦିନ ୩୦୦ ଟପୁଛି। ଏଥର ବି ଦିନକରେ ପାଖାପାଖି ୨୦ ହଜାର କରୋନା ପଜିଟିଭି ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି। ଯାହା ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ରହିଛି।

୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୧୯,୯୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪୦୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯କୁ ବୃଦ୍ଧି ପାଇଛି। ମୋଟ ଆକ୍ଟିଭ୍‌ କେସ୍- ୨,୦୩, ୦୫୧ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୩,୦୯,୭୧୩ ଜଣ। ସେହିଭଳି ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬,୦୯୫କୁ ବୃଦ୍ଧି ହୋଇଛି।

ମହାରାଷ୍ଟ୍ରରେ ଥମିବାରେ ନାଁ ନେଉନାହିଁ କରୋନା। ଯେତେ ସାବଧାନତା ଅବଲମ୍ବନ କଲେ ବି କରୋନାକୁ ରୋକିବାରେ ସଫଳ ହୋଇପାରୁ ନାହାଁନ୍ତି ସେଠାକାର ସରକାର। ଏଠାରେ ଏପର୍ଯ୍ୟନ୍ତ ସର୍ବାଧିକ ୧,୫୯,୧୩୩ ଆକ୍ରାନ୍ତ ହୋଇଥିବା ବେଳେ ୭,୨୨୭ ମୃତ୍ୟୁ ହେଲାଣି। ସେହିପରି ଦିଲ୍ଲୀରେ ବି ସ୍ଥିତି ସାଂଘାତିକ ରହିଛି। ଦିଲ୍ଲୀରେ ୮୦,୧୮୮ ଆକ୍ରାନ୍ତ ହୋଇଛନ୍ତି, ମୃତ୍ୟୁ ସଂକ୍ୟା୨୫୫୮ ରହିଛି। ସେହିଭଳି  ତାମିଲନାଡୁରେ ବି କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ୭୮,୩୩୫ ଆକ୍ରାନ୍ତ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Street artists take on coronavirus with graffiti in Houston and ...

ସେହିପରି ଓଡ଼ିଶାରେ ଆଜି ୨୬୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧୯୮୦ ଆକ୍ଟିଭ୍‌ କେଶ୍‌ ରହିଥିବା ବେଳେ ୪୬୦୬ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ମୋଟ ୨୫୫୮୦୯ ଜଣଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇ ସାରିଲାଣି।

 

ଆହୁରି ପଢ଼ନ୍ତୁ

You might also like