ଲକ୍‌ଡାଉନ ଅବଧି ବଢ଼ିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଂକେତ

ନୂଆଦିଲ୍ଲୀ: ଦେଶରେ ବଢ଼ିପାରେ ଲକ୍‌ଡାଉନ ଅବଧି। ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ମୁକାବିଲା କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପ୍ରାୟତଃ ୫ରୁ ୬ ସପ୍ତାହ ଲକ୍‌ଡାଉନ କରିଛନ୍ତି।

ଭାରତରେ ବର୍ତ୍ତମାନ ଲକ୍‌ଡାଉନ ତୃତୀୟ ସପ୍ତାହରେ ପହଞ୍ଚିଥିବାବେଳେ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତେଣୁ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି।

ତେବେ ରାଜ୍ୟରେ ଲକ୍‌ଡାଉନକୁ ଶତ ପ୍ରତିଶତ ପାଳନ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ମାନଙ୍କୁ କୁହାଯାଇଥିବା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ସମେତ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗଦେଇଥିଲେ। ଓଡିଶାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ବୈଠକରେ ଯୋଗ ଦେଇଥିଲେ।

You might also like