ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରକେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ନରେନ୍ଦ୍ର ତୋମାର ଓ ନରେଶ ଗୁଜରାଲ୍ ହରିବଂଶଙ୍କ ସମର୍ଥନରେ ପ୍ରସ୍ତାବ ରଖିଥିଲେ। ତେବେ କଂଗ୍ରେସ ନେତା ଆନନ୍ଦ ଶର୍ମା, ଗୁଲାମ ନବୀ ଆଜାଦ ଏବଂ ତ୍ରିଚି ଶିବା ମନୋଜ ଝା’ଙ୍କୁ ସମର୍ଥନ କରିଥିଲେ।

ହରିବଂଶ ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ହରିବଂଶ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମଏ ଏବଂ ସାମ୍ବାଦିକତାରେ ଡିପ୍ଲୋମା କରିଥିଲେ। ସେ ୧୯୮୧ରୁ ୧୯୮୪ ପର୍ଯ୍ୟନ୍ତ ହାଇଦ୍ରାବାଦ ଏବଂ ପାଟଣାରେ ବ୍ୟାଙ୍କରେ ଚାକିରି କରିଥଲେ। ତେବେ ୧୯୮୪ରେ ସେ ସାମ୍ବାଦିକତାକୁ ଫେରିଥିଲେ। ୧୯୮୯ରେ ସେ ଆନନ୍ଦ ବଜାର ପତ୍ରିକାର ସାପ୍ତାହିକ ପତ୍ରିକା ରବିବାରରେ ସହ ସମ୍ପାଦକ ଥିଲେ। ହରିବଂଶ ବିହାରୁ ରାଜ୍ୟସଭା ସାଂସଦ ମଧ୍ୟ ରହିଆସିଛନ୍ତି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like