ରେଳ ବିଭାଗରେ ଚାକିରୀ କରିବାକୁ ଚାହୁଁଛନ୍ତି କି?

NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା….

ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ କ୍ଷେତ୍ରରେ ତିନି ବର୍ଷ କୋହଳ ହୋଇପାରେ।  ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ, ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ନିଶ୍ଚିତ ଭାବରେ କ୍ଲାସ୍ X ପରୀକ୍ଷାରେ କିମ୍ବା ଏହାର ସମାନ ଅନ୍ୟ ପରୀକ୍ଷା ରେ ୫୦% ମାର୍କ ସହିତ ପାସ୍ କରିଥିବେ ଏବଂ NCVT ଅଧୀନ ରେ ଥିବା ଏକ ସ୍ୱୀକୃତିପ୍ରାପ୍ତ ଶିଳ୍ପ ତାଲିମ ପ୍ରତିଷ୍ଠାନରୁ ପ୍ରଯୁଜ୍ୟ ବିଭାଗରୁ ITI ପାସ୍ ସାର୍ଟିଫିକେଟ୍ ପାଇଥିବେ।

ଷ୍ଟାଇପେଣ୍ଡ: ରେଳ ବୋର୍ଡ ଦ୍ୱାରା ସମୟ ସମୟରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ।

ଆବେଦନ ଶୁଳ୍କ: ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଏବଂ ଅଣ ସଂରକ୍ଷିତ ବର୍ଗ ପ୍ରାର୍ଥୀମାନ ଙ୍କୁ ଆବେଦନ ଶୁଳ୍କ ଛାଡ଼।

NCR ଭାରତୀୟ ରେଳ ନିଯୁକ୍ତି 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ ….
ଅନଲାଇନ୍ ଆବେଦନ ପ୍ରକ୍ରିୟାର ଆରମ୍ଭ ତାରିଖ: ୧୭ ମାର୍ଚ୍ଚ, ୨୦୨୧
ଅନଲାଇନ୍ ଆବେଦନ ପୂରଣ କରିବାର ଶେଷ ତାରିଖ: ୧୬ ଏପ୍ରିଲ୍, ୨୦୨୧
ପ୍ରାର୍ଥୀମାନଙ୍କୁ ଚୟନ ପ୍ରକ୍ରିୟା, ଆବେଦନପତ୍ର ଦାଖଲ ଏବଂ ଆବେଦନ ଫର୍ମର ଫର୍ମାଟ୍ ବିଷୟରେ ଅଧିକ ବିବରଣୀ ପାଇଁ ଏନସିଆର ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ପଢିବାକୁ ପରାମର୍ଶ ଦିଆଯାଇଛି।

You might also like