ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର

ବିଦା ହେବେ ଅନୀଲ ଦେଶମୁଖ !
ପ୍ରେସମିଟରେ ପରୋକ୍ଷରେ ସଙ୍କେତ ଦେଲେ ଏନସିପି ମୁଖ୍ୟ ଶରଦ ପାଓ୍ୱାର
ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଚିଠିକୁ ନେଇ ପ୍ରେସମିଟ୍
ଦେଶମୁଖଙ୍କ ବିରୋଧରେ ଅଭିଯୋଗକୁ ଅତ୍ୟନ୍ତ ଗୁରୁତର କହିଲେ ପାଓ୍ୱାର
ନିଷ୍ପତ୍ତି ନେବାର ସଂପୂର୍ଣ୍ଣ ଅଧିକାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କର ଅଛି
ତଦନ୍ତ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇପାରିବେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ଅଭିଯୋଗ ବେଶ୍ ସାଙ୍ଘାତିକ । ଗୃହମନ୍ତ୍ରୀଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ରହିଛି ବୋଲି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର । ପାଓ୍ୱାରଙ୍କ ପ୍ରେସମିଟରେ ଏଭଳି ବୟାନ ପରେ ମନ୍ତ୍ରିମଣ୍ଡଳରୁ ଦେଶମୁଖ ବିଦା ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଶରଦ ଏହା ବି କହିଛନ୍ତି ଯେ, ଗୃହମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ତେବେ ଶରଦଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ବର୍ତ୍ତମାନର ମହାଅଗାଡି ସରକାରକୁ ନିଜେ ଗଢ଼ିଛନ୍ତି ଶରଦ ପାଓ୍ୱାର । ଆଉ ଏଥିପାଇଁ ସରକାରକୁ ବଞ୍ଚାଇବାକୁ ସେ ବାହାରିଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି । ସତ୍ୟଠାରୁ ଶରଦ ପାଓ୍ୱାର ଦୂରରେ ରହିବାକୁ ଚାହୁଁଥିବା କଥା କହି ସମାଲୋଚନା ମଧ୍ୟ କରିଛନ୍ତି ଫଡନାଭିସ୍ । ମନ୍ତ୍ରୀ ପଦରୁ ଅନୀଲ ଦେଶମୁଖ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ସଠିକ୍ ଦିଗକୁ ଯାଇପାରିବ ନାହିଁ ।

ମୁମ୍ବାଇର ବିଦାୟୀ ପୋଲିସ କମିଶନର ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସଚିନ ଓ୍ୱାଜେଙ୍କୁ ମାସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ପାଇଁ କହିଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଯାହାକୁ ଖଣ୍ଡନ କରିଛନ୍ତି ନିଜେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ।

You might also like