ଡ୍ରଗ୍ସ ମାମଲାରେ ଦୀପିକାଙ୍କୁ ଜେରା କରିଥିବା NCB ଅଧିକାରୀଙ୍କୁ କରୋନା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଖୋଳତାଡ଼ କରୁଥିବା Narcotics Control Bureau (NCB)ର ଡେପୁଟି ଡାଇରେକ୍ଟର କେପିଏସ୍‌ ମାଲ୍‌ହୋତ୍ରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ NCBର ଜେରା ସମୟରେ କେପିଏସ୍‌ ମାଲ୍‌ହୋତ୍ରା ମଧ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ NCB ମୁମ୍ବାଇ ଅଫିସ୍‌ର ୨୫ଜଣ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମୁମ୍ବାଇ ଅଫିସ୍‌ର ଏତେ ସଂଖ୍ୟକ ଏନ୍‌ସିବି ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗୋଆ,ଅହମ୍ମଦାବାଦ, ଇନ୍ଦୋର, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଅଫିସ୍‌ର ଅଧିକାରୀଙ୍କୁ ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବାକୁ ମୁମ୍ବାଇ ଡକାଯାଇଥିବା ସୂଚନା ମିଳିଛି।

You might also like