NCBକୁ ବଡ଼ ସଫଳତା; ଧରାପଡ଼ିଲା ମୁମ୍ବାଇର ବଡ଼ ଡ୍ରଗ୍ସ ସପ୍ଲାୟର୍

ମୁମ୍ବାଇ: NCBର ମୁମ୍ବାଇ ଶାଖାକୁ ବଡ଼ ସଫଳତା। ମୁମ୍ବାଇର ଜଣେ ବଡ ଡ୍ରଗ୍ ସପ୍ଲାୟର୍ ଆଜମ୍ ଶେଖ୍‌ ଜୁମନକୁ ଧରିଛି ଏନ୍‌ସିବି। ଏନ୍ସିବି ପକ୍ଷରୁ ଆଜମ୍‌ର ମୁମ୍ବାଇ ମିଲ୍ଲତ ନଗରସ୍ଥିତ ଘରେ ଚଢାଉ ହୋଇଥିଲା।  ତା ଘରୁ ପାଖାପାଖି କୋଟିଏ ଟଙ୍କାର ଡ୍ରଗ୍, ଅଫିମ୍ ସମେତ ୧୩ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି।

ଗତକାଲି ରାତିରେ ଆଜମ୍ ଶେଖର ସହଯୋଗୀ ରିଗଲ୍ ମହାକାଲ୍ ଓରଫ୍ ଜିତେନ୍ଦ୍ର ଜୈନ୍‌କୁ ଗିରଫ କରାଯାଇଥିଲା। ରିଗଲ୍ ମହାକାଲ ଆଜମ୍ ଶେଖର ପତ୍ତା ପାଇ ଏନ୍‌ସିବି ତା ଘରେ ଚଢ଼ାଉ କରିଥିଲା।

hashish seized
ଏନ୍‌ସିବି ଜବତ କରିଥିବା ୫ କେଜି ଗଞ୍ଜେଇ ଓ ଅନ୍ୟାନ୍ୟ ନିଷାଦ୍ରବ୍ୟ, ଯାହାର ଦାମ୍ ୨.୫ କୋଟି. Photo credit-NDTV

ସ୍ଥାନୀୟ ପୋଲିସ ଓ ଏନ୍‌ସିବିର ୪ ଜଣିଆ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ପାଖାପାଖି ୭ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ଆଜମ୍ ଘରୁ ଅଢ଼େଇ କୋଟି ଟଙ୍କାର ମଲାନା କ୍ରିମ୍, ବହୁ ପରିମାଣର ଅଫିମ୍ ଓ ପାର୍ଟି ଡ୍ରଗ୍ ଜବତ ହୋଇଛି।

ଜିତେନ୍ଦ୍ର ଜୈନ୍ ଉରଫ୍ ରିଗଲ ମହାକାଲ୍‌କୁ ୨ ଦିନିଆ ଏନ୍‌ସିବି କଷ୍ଟୁଡିରେ ପଠାଯାଇଥିବା ବେଳେ ଆସନ୍ତାକାଲି ଆଜମ୍ ଶେଖକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।

You might also like