ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ମୁମ୍ବାଇ:ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା ତଦନ୍ତକୁ ଜୋରଦାର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ  ବ୍ୟୁରୋ । ବଲିଉଡ୍ ଅଭିନେତ୍ରୀଙ୍କୁ ଜେରା ଅଭିଯାନର ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ଜେରା ପାଇଁ ଆଜି ଏନ୍‌ସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହା ବ୍ୟତୀତ ଆଜି ଶ୍ରଦ୍ଧା କପୁର, ସାରା ଅଲ୍ଲି ଖାନ୍ ମଧ୍ୟ ଜେରାର ସମ୍ମୁଖୀନ ହୋଇପାରନ୍ତି ।

ତେବେ ଆଜି ଜେରା ବେଳେ ଦୀପିକାଙ୍କୁ କଣ ପଚାରିବେ ଏନସିବି ଟିମ୍ ? ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ଓ ମୁମ୍ବାଇ ଟିମ୍ ପାଳି କରି ଦୀପିକାଙ୍କୁ ଜେରା କରିବ। ମୁଖ୍ୟତଃ ୫ରୁ ୬ଟି ଦିଗକୁ ନେଇ ପ୍ରଶ୍ନ କରାଯାଇପାରେ। ଡ୍ରଗ୍ସ ଚାର୍ଟ କରିଥିବା ହ୍ୱାଟସ୍‌ ଅପ୍‌ ଗ୍ରୃପର ଆଡମିନ୍ ଖୋଦ୍ ଦୀପିକା ଥିଲେ। ଏଥିରେ ଜୟା, କରିସ୍ମାଙ୍କ ସମେତ ଅନ୍ୟ ବହୁ ଚର୍ଚ୍ଚିତ ଚେହେରା ଥିବା ଖବର ଆସିଛି। ତେବେ କଣ ଏହି ଗ୍ରୃପ କେବଳ ଡ୍ରଗ୍ସ ଲେଣଦେଣ ପାଇଁ ହୋଇଥିଲା? ନା ଏହାପଛରେ ଆଉ କଣ ରହସ୍ୟ ରହିଛି ?

ଯାହା ବି ହେଉ, ଏହା ପରେ  ଦୀପିକା ପାଦୁକୋନଙ୍କ ପାଇଁ  ସମସ୍ୟା ବଢିଯାଇଛି।  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୀପିକାଙ୍କ ପାଇଁ ପ୍ରସ୍ତୁତ କରୁଛି ପ୍ରଶ୍ନର ଲମ୍ବା ତାଲିକା। ମୁମ୍ବାଇ ଫେରିବା ପରେ ଏବେ ଏନ୍‌ସିବି  ସମ୍ମୁଖରେ କେଉଁ ସବୁ ପ୍ରଶ୍ନର ସାମ୍ନା କରିବେ ସେ ନେଇ ନିଜକୁ ପ୍ରସ୍ତୁତ କରିଛନ୍ତି ଦୀପିକା।

ଦୀପିକାଙ୍କୁ ମୁଖ୍ୟତଃ ୫ରୁ ୬ଟି ଦିଗକୁ ନେଇ ପ୍ରଶ୍ନ କରାଯିବ। ମ୍ୟାନେଜର କରିସ୍ମାଙ୍କୁ ସେ ଡ୍ରଗ୍ସ କାହା ପାଇଁ ମାଗିଥିଲେ ? ଡ୍ରଗ୍ସ ସିଏ ନିଅନ୍ତି ନା ଆଉ କାହାକୁ ଦେଇଥିଲେ ? କେତେ ଥର ଡ୍ରଗ୍ସ ନେଇଥିଲେ ? ସୁଶାନ୍ତ ଡ୍ରଗ୍ସ ନେଉଥିବା ସେ ଜାଣିଥିଲେ କି ? KWAN କମ୍ପାନିର କର୍ମଚାରୀ ଡ୍ରଗ୍ସ ଯୋଗାଣରେ ସାମିଲ ଥିଲେ କି ? ଏସବୁ ଦିଗକୁ ନେଇ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ଏନ୍‌ସିବି।

ଖାଲି ଏତିକି ନୁହେଁ, ଯେଉଁ ହ୍ୱାଟସ୍‌ ଅପ୍‌ ଗ୍ରୁପରେ ଏହି ସନ୍ଦେହଜନକ ଚାଟ୍ ମିଳିଛି ତାର ଆଡମିନ୍  ଦୀପିକା ଖୋଦ୍ ଥିଲେ। ଏଥିରେ ଜୟା, କରସ୍ମାଙ୍କ ସମେତ ଅନ୍ୟ ନାମୀ ଦାମୀ କଳାକାର ବି ଏଥିରେ ସଦସ୍ୟ ଥିଲେ। ତେବେ କଣ ଏହାକୁ କେବଳ ଡ୍ରଗ୍ସ ପାଇଁ ବ୍ୟବହାର କରାଯାଉ ଥିଲା ନା ଆଉ କିଛି ଉଦ୍ଦେଶ୍ୟ ଥିଲା ସେ ନେଇ ମଧ୍ୟ  ଏନ୍‌ସିବି।

ସେହିପରି ରିୟାଙ୍କ ଭୁଲ ଦୋହରାଇବେନି ତ ଦୀପିକା ? ଏନ୍‌ସିବିର ଜେରା ବେଳେ ରିୟା ଅନ୍ୟଙ୍କ ପାଇଁ ଡ୍ରଗ୍ସ ଆଣିଥିବା କହିଥିଲେ। ଆଉ ଯାହା ପରେ ତାଙ୍କୁ ଗିରଫ କରି ଏନଡିପିଏସ୍ ଆକ୍ଟ ୨୭(ଏ) ଲଗାଇଥିଲା ଏନ୍‌ସିବି। ତେଣୁ ଦୀପିକାଙ୍କ ଜବାବ ତାଙ୍କ ଭବିଷ୍ୟତ୍ୟ ନିର୍ଦ୍ଧାରଣ କରିବ।  ୨୮ ଅକ୍ଟୋବର ୨୦୧୭ର ହ୍ୱାଟସ୍‌ ଆପ୍‌ରେ ମ୍ୟାନେଜର କରିସ୍ମାଙ୍କୁ ମାଗିଥିବା ଡ୍ରଗ୍ସ ଏବେ ଦୀପିକାଙ୍କ କ୍ୟାରିୟରର କଣ୍ଟା ସାଜିଛି ।

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like