ଡ୍ରଗ୍ସ କାରବାରକୁ ନେଇ NCBର ବଡ ଖୁଲାସା

ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍‌ ବ୍ୟୁରୋ (NCB) ଉଦ୍ୟମ ଚଳାଇଛି। ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍‌ ଆଡିକ୍ଟ  ଏନସିବି ରାଡରରେ ଅଛନ୍ତି। ୧୪୨ ଡ୍ରଗ୍ସ ସିଣ୍ଡିକେଟର ଯାଞ୍ଚ ଚାଲିଛି। ଏହି ସିଣ୍ଡିକେଟ ମାଧ୍ୟମରେ ୧.୪୦ ଲକ୍ଷ କୋଟିର କାରବାର ହୋଇଥିବା ଏନସିବି ହାତରେ ଲାଗିଛି। କାଲି ବଲିଉଡ ନୁହେଁ, ସାରା ଦେଶରେ ଏନସିବି ତାର ତଦନ୍ତର ଜାଲ ବିଛାଇଛି। ଏହି ସିଣ୍ଡିକେଟର ଲିଙ୍କ ୟୁରୋପ, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସାଉଥ ଆମେରିକା ତଥା ପଶ୍ଚିମ ଏସିଆରେ ରହିଛି।

ଏମାନଙ୍କ ମଧ୍ୟ ୨୫ ସିଣ୍ଡିକେଟ କେବଳ ହରିଆଣା, ହିମାଚଳ ପ୍ରଦେଶ, ପଞ୍ଜାବରେ ଆକ୍ଟିଭ ଅଛନ୍ତି। ୯ ସିଣ୍ଡିକେଟ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୋଆରେ ଆକ୍ଟିଭ ଅଛନ୍ତି। ଏମାନଙ୍କର ସମ୍ପର୍କ ଆଫଗାନସ୍ଥାନରେ ତାଲିବାନ ଏବଂ ପାକିସ୍ତାନରେ ISI ସହ ଅଛି। କିଛି ସିଣ୍ଡିକେଟ କଲମ୍ବିଆ ଡ୍ରଗ୍ସ ବେପାରୀଙ୍କ ସହ ମିଶି ୟୁରୋପ, କାନାଡ ଏବଂ ମେକ୍ସିକୋରେ ରହୁଥିବା ତାଙ୍କର ସହଯୋଗୀଙ୍କ ସହ ମିଶି କାମ କରୁଛନ୍ତି। ସେହିପରି କେରଳ, ତାମିଲନାଡୁ ଏବଂ ଲକ୍ଷାଦୀପରେ ୧୦ଟି ବଡ ବଡ ସିଣ୍ଡିକେଟ ଅଛି।

ସୂଚନାଥାଉ କି, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ଯାଞ୍ଚ କରୁଛି। ଏହି ମାମଲାରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ତାଙ୍କର ଭାଇ ସୌଭିକଙ୍କ ସହ ଅନେକ ଗିରଫ ହୋଇଛନ୍ତି। ତେବେ ରିୟାଙ୍କ ଜାମିନ ଆବେଦନକୁ ଆଜି ବମ୍ବେ ହାଇକୋର୍ଟ ମଞ୍ଜୁର କରିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like