ବିସ୍ଫୋରଣରେ ୪ ଜଣଙ୍କୁ ଉଡ଼ାଇ ଦେଲେ ମାଓବାଦୀ

ରାୟପୁର: ନିର୍ବାଚନର ଠିକ୍ ପୂର୍ବରୁ ପୁଣି ଥରିଲା ଛତିଶଗଡ଼ର ଦନ୍ତେୱାଡ଼ା। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ପ୍ରାଣ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ୩ ଜଣ ସାଧାରଣ ଲୋକ ଅଛନ୍ତି। ଦନ୍ତେୱାଡ଼ାର ଏନ୍‌ଏମ୍‌ଡିସି ପ୍ଲାଣ୍ଟ ନିକଟରେ ଏହି ଆକ୍ରମଣ ହୋଇଛି। ଲାଲବାହିନୀ ବିସ୍ଫୋରଣ କରି ଏକ ଗାଡ଼ି ମଧ୍ୟ ଉଡ଼ାଇ ଦେଇଛନ୍ତି।

ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଏସ୍‌ପି ଡି. ରବି ଶଙ୍କରଙ୍କ କହିବା ଅନୁସାରେ, ଏକ ମିନି ବସ୍‌ରେ ଜଣେ ଯବାନଙ୍କ ସମେତ ୪ ଜଣ ଯାଉଥିଲେ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହେବା ଫଳରେ ମିନିବସ୍‌ ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପର୍‌ ଓ ଯବନଙ୍କର ମୃତ୍ୟୁ ହୋଇଥିଲା।

You might also like
Comments
Loading...