ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି: ଓଡ଼ିଶା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଦୁଇଟି ଥାନାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି।  ଚିନ୍ତାପାଲି ଥାନା ପୋଲିସ ନିକଟରେ ୫ ଜଣ ଓ କୋୟୁରୁ ପୋଲିସ ନିଟକରେ ୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଏମାନେ ଆନ୍ଧ୍ର ଓଡ଼ିଶା ସୀମାରେ ସକ୍ରିୟା ଥିବା ବିଭିନ୍ନ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ସୀମାରେ ଚାଲିଥିବା ମାଓ ବିରୋଧୀ ଅପରେସନ୍ ଭୟ ଏବଂ ମୁଖ୍ୟସ୍ରୋତରେ ସାମିଲ ହେବାର ଇଛା ଲାଗି ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଅନେକ ହାର୍ଡକୋର ଥିବା ବେଳେ ସେମାନଙ୍କ ବିରୋଧରେ ବହୁ ମାମଲା ରହିଥିବା ବିଶାଖାପଟଣା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

You might also like