‘ନୱାଜ ସରିଫଙ୍କୁ ଖାଇବାରେ ବିଷ ଦିଆଯାଇଛି!’

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଜେଲରେ ଖାଇବା ବେଳେ ବିଷ ଦିଆଯାଇଛି। ପାକିସ୍ତାନ ସେନା ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନବାଜ ସରିଫଙ୍କ ପୁଅ ହୁସେନ ନଓ୍ୱାଜ। ଜେଲ ଖାଇବାରେ ବିଷ ଦିଆଯାଇଥିବାରୁ ଏବେ ତାଙ୍କ ବାପାଙ୍କ ଦେହ ଅସୁସ୍ଥ ରହୁଛି ବୋଲି ଆଶଙ୍କା କରିଛନ୍ତି ନଓ୍ୱାଜ ସରିଫଙ୍କ ପୁଅ।

ହୁସେନ ଏବେ ଲଣ୍ଡନରେ ରହୁଛନ୍ତି। ତାଙ୍କ ବାପାଙ୍କୁ ଜେଲରେ ବିଷ ଦିଆଯାଇଛି ବୋଲି କିଛି ଲୋକ ତାଙ୍କୁ କହିବା ପରେ ସେ ଏବେ ବିଷ ଦିଆଯାଇଥିବା କଥାକୁ ଆଶଙ୍କା କରୁଛନ୍ତି ବୋଲି ହୁସେନ କହିଛନ୍ତି। ଏଥିସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବର୍ଷିଛନ୍ତି ହୁସେନ। ତାଙ୍କ ବାପାଙ୍କର ବ୍ଲଡ ପ୍ଲେଟିଲେଟସ ୧୬ ହଜାରରୁ ୨ହଜାର ହୋଇଛି। ଏହାପରେ ବି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଇମ୍ରାନ୍ ଖାନ୍ ଏ ବାବଦରେ ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନୱାଜ ସରିଫଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୋମବାର ଲାହୋରରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ୱର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ୍ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।
You might also like