ନଓ୍ୱାଜଙ୍କୁ ପୁଣି ଜେଲ୍, ଏଥର ୭ ବର୍ଷ ଦଣ୍ଡ

ଇସ୍ଲାମାବାଦ: ପୁଣି ଥରେ ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍। ଅଲ୍-ଅଜିଜିଆ ଷ୍ଟିଲ୍‌ ମିଲ୍ ଦୁର୍ନୀତି ମାମଲାରେ ଇସ୍ଲାମାବାଦର ଏକ କୋର୍ଟ ତାଙ୍କୁ ୭ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।  ଅଲ୍ ଅଜିଜିଆ ଷ୍ଟିଲ୍ ମିଲ୍‌ର ସମ୍ପତ୍ତି ଜବତ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହିତ ୟୁଏସ୍ ଡଲାର ୨.୫ ମିଲୟନର ଜୋରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଫ୍ଲାଗ୍‌ସିପ୍ ଇନଭେଷ୍ଟମେଣ୍ଟ ଆର୍ଥିକ ହେର୍‌ଫେର୍‌ ମାମଲାରେ କିନ୍ତୁ ପ୍ରମାଣ ଅଭାବରୁ କୋର୍ଟ ସରିଫ୍‌ଙ୍କୁ ଦୋଷମୁକ୍ତ କରିଛନ୍ତି। ଗତ ଜୁଲାଇ ମାସରେ ସରିଫ ତାଙ୍କ ଝିଅ ଏବଂ ଜ୍ୱାଇଁ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ୧୧ ବର୍ଷର କାରାଦଣ୍ଡାଦେଶ ପାଇଥିଲେ।

You might also like