ନୌସେନାର କମାଣ୍ଡରଙ୍କୁ ଉଦ୍ଧାର ପାଇଁ ଚାଲିଛି ଅପରେସନ୍

ସେନା ପକ୍ଷରୁ ପଠାଗଲା ଦୁଇଟି ଯୁଦ୍ଧ ଜାହାଜ ସହ ଏୟାରକ୍ରାଫ୍ଟ

ନୁଆଦିଲ୍ଲୀ: ନୌସେନାର କମାଣ୍ଡର ଅଭିଲାଶ ଟୋମିଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଚାଲିଛି। ଏନେଇ ସେନାପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାରକ୍ରାଫ୍ଟ ପଠାଯାଇଛି। ନୌସେନାର କମାଣ୍ଡର ଅଭିଲାଶ ଏକାକୀ ବିଶ୍ୱ ପରିକ୍ରମା କରୁଥିବା ବେଳେ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ।

ପାଖାପାଖି ୧୪ମିଟର ଉଚ୍ଚର ଜୁଆର ଓ ୧୩୦କିଲୋମିଟର ବେଗରେ ପବନ ବହିବାରୁ ତାଙ୍କ ପାଲଟଣା ଡଙ୍ଗା ଦକ୍ଷିଣ ଭାରତ ମହାସାଗରରେ ଖରାପ ହୋଇଯାଇଥିଲା। ଏଥିସହ ତାଙ୍କ ମେରୁଦଣ୍ଡରେ ମଧ୍ୟ ଆଘାତ ଲାଗିଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ନୌ ସେନା ପକ୍ଷରୁ ଅପରେସନ ଚାଲିଛି। ତାଙ୍କ ପାଖରେ ଥିବା ସାଟେଲାଇଟ ଫୋନର ବ୍ୟାଟେରୀ ସରି ଆସୁଥିବା ବେଳେ ତାଙ୍କୁ ଠାବ କରିବା ଏବେ କଷ୍ଟକର ହୋଇପଡ଼ିଛି।

ତାଙ୍କ ପାଖରେ ଅତ୍ୟାଧୁନିକ ଭିଏଚଏଫ୍ ରେଡିଓ ସେଟ ଥିଲେ ମଧ୍ୟ ଆଘାତ ଯୋଗୁଁ ଅଭିଳାଶ ତାହାକୁ ବ୍ୟବହାର କରିପାରୁନାହାନ୍ତି। ଗୋଲଡେନ ଗ୍ଲୋବ ରେସରେ ଭାଗ ନେଇ ଅଭିଳାଶ ଏବେ ପାଲଟଣା ଡଙ୍ଗାରେ ବିଶ୍ୱ ପରିକ୍ରମା କରୁଥିଲେ।

You might also like