ନିର୍ବାଚନ ପୂର୍ବରୁ ସୁରତରେ ପ୍ରବାସୀ ଓଡିଆଙ୍କ ପାଇଁ ନବୀନଙ୍କ ପ୍ୟାକେଜ

ଗୁଜରାଟ : ସୁରତ ରାଜଓ୍ୱାଡି ଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେଇ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାକାର ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇବା ଏବଂ  +୨ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି  ଓଡ଼ିଆ କଲଚରାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ୧୦ କୋଟି ଘୋଷଣା କରି ଯାଗା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନବୀନ କହିଛନ୍ତି। ପ୍ରବାସୀ ଓଡ଼ିଆ ମାନଙ୍କୁ ସମ୍ବୋଧିତ କରି ବ୍ରହ୍ମପୁରରୁ ସୁରତକୁ ଟ୍ରେନ ଏବଂ ଭୁବନେଶ୍ୱର ସୁରତ ମଧ୍ୟରେ Direct flight ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା କଥା ମଧ୍ୟ ନବୀନ ଉଲ୍ଲେଖ କରିଥିଲେ।

କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରସାନ୍ତ ନନ୍ଦ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ମହୋତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

You might also like