ଚୀନକୁ ଭାରତର କଡ଼ା ସନ୍ଦେଶ,ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ କଲେ ଶାନ୍ତି ଫେରିବ
- ସୀମା ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ୯ମ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ବୈଠକ
- ୧୫ ଘଣ୍ଟାର ମାରାଥନ ବୈଠକରେ ଦୁଇ ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା
- ସୀମାରେ ଶାନ୍ତି ଫେରାଇ ଆଣିବାକୁ ପୁଣି ଦାବି ରଖିଲା ଭାରତ
- ଏପ୍ରିଲ ୨୦୨୦ ବେଳର ସ୍ଥିତି ଫେରାଇବା ସହ ସୈନ୍ୟ ପ୍ରତ୍ୟାହାର ଲାଗି ଦାବି
- କାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଶେଷ ହୋଇଥିଲା ବୈଠକ
ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ଚୀନକୁ ଚରମବାଣୀ ଶୁଣାଇଲା ଭାରତ। ପାଖାପାଖି ଅଢ଼େଇ ମାସର ବ୍ୟବଧାନ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା କମ୍ କରିବା ଲାଗି ଗତକାଲି କମାଣ୍ଡରସ୍ତରୀୟ ବୈଠକ ବସିଥିଲା। ନବମ ପର୍ଯ୍ୟାୟ ବୈଠକରେ ୧୫ ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ମାରାଥନ ଆଲୋଚନା ହୋଇଛି । ପୂର୍ବ ଲଦାଖର ମୋଲଡୋରେ ଅନୁଷ୍ଠିତ ଏହି ବୈଠକରେ LACରୁ ସୈନ୍ୟ ପ୍ରତ୍ୟାହାର ନେଇ ଦୁଇ ରାଷ୍ଟ୍ରର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଲଦାଖର ସମସ୍ତ ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ଓ ଉତ୍ତେଜନା ହ୍ରାସ ନିମନ୍ତେ ରବିବାର ଦିନ ଭାରତ ପୁଣି ଥରେ ଚୀନ୍କୁ ରୋକଠୋକ ଶୁଣାଇ ଦେଇଛି ।
The 9th round of India China Corps Commander level talks finished around 2:30 am today. The meeting lasted for more than 15 hours after starting at 11 am yesterday at Moldo opposite Chushul in Eastern Ladakh sector.
— ANI (@ANI) January 25, 2021
ସୀମାରୁ ଚୀନ ସେନା ପଛକୁ ହଟିଲେ ଯାଇ ଶାନ୍ତି ସମ୍ଭବ ବୋଲି ଭାରତ କହିଛି । ଗତକାଲି ଦିନ ୧୧ଟାରୁ ଆରମ୍ଭ ହୋଇ ରାତି ୨ଟା ୩୦ରେ ଏହି ବୈଠକ ଶେଷ ହୋଇଥିଲା। ତେବେ ଏହି ବିବାଦର ଶୀଘ୍ର ଅନ୍ତ ହେବାପରି ଲାଗୁ ନାହିଁ । ଏଥିପାଇଁ କୂଟନୈତିକ ସ୍ତରୀୟ ଆଲୋଚନା ମଧ୍ୟ ହେବା ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି। ପୂର୍ବରୁ ମଧ୍ୟ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ବୈଠକ କରିଥିଲେ ବି ସମାଧାନର ବାଟ ବାହାରି ନଥିଲା ।
ବିଶ୍ୱସ୍ତ ସୂତ୍ର ଅନୁସାରେ, ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ପ୍ରୟାସ କରିବା ଉଚିତ ବୋଲି ବୈଠକରେ ଭାରତ କହିଛି । ଏକତରଫା ଭାବେ କୌଣସି ନିଷ୍ପତ୍ତି ନିଆଯାଇପାରିବ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଯେଉଁଭଳି ଏଲଏସିରେ ସ୍ଥିତି ଥିଲା ତାହା ଫେରି ଆସୁ ବୋଲି ଭାରତ ଜୋର୍ ଦେଇଛି । ତେବେ ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ଷ ବାହାରି ପାରିନାହିଁ ।