ହାତ ଧରି ବିଶ୍ୱାସରେ ବିଷ ଦେଲା, ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ
ମୁମ୍ବାଇ : ସ୍ୱାମୀ ସାଜିଲା ସଇତାନ୍। ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ପିଶାଚ ସ୍ୱାମୀ। ଟ୍ରେନରୁ ଖସିପଡ଼ିବା ପରେ ମହିଳା ଜଣକର ମୃତ୍ୟୁ ହୋଇଛି । ଗତ ସୋମବାର ଅପରାହ୍ନରେ ଏହି ଘଟଣା ଘଟିଛି । ଲୋକାଲ ଟ୍ରେନରେ ଯାଉଥିବା ବେଳେ ଚେମ୍ବୁର ଏବଂ ଗୋଭାଣ୍ଡି ରେଳ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ୍ ।
ଦୁଇ ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ମୁମ୍ବାଇର ଏକ ବସ୍ତିରେ ରହୁଥିବା ରହୁଥିବା ୩୧ ବର୍ଷୀୟ ଅଭିଯୁକ୍ତ ଏବଂ ତା’ର ୨୬ ବର୍ଷୀୟା ସ୍ତ୍ରୀ ଶ୍ରମିକ ଭାବେ କାମ କରୁଥିଲେ । ଘଟଣାଦିନ ପୀଡିତା ତାଙ୍କ ସାତ ବର୍ଷର ଝିଅ ସହିତ ଟ୍ରେନରେ ଯାଉଥିଲେ । ମହିଳାଙ୍କର ଏହା ଦ୍ୱିତୀୟ ବିବାହ ଥିବାବେଳେ ସାତ ବର୍ଷର ଝିଅ ତାଙ୍କର ପ୍ରଥମ ବିବାହରୁ ହୋଇଥିଲା।
ଯାତ୍ରା ସମୟେର ଦମ୍ପତି ଟ୍ରେନ୍ କମ୍ପାର୍ଟମେଣ୍ଟର ନିକଟରେ ଛିଡ଼ା ହୋଇଥିଲେ। ମହିଳା ଜଣକ ଚଳନ୍ତା ଟ୍ରେନରୁ ବାହାରକୁ ଚାହିଁଥିବା ସମୟରେ ସ୍ୱାମୀ ପ୍ରଥମେ ଆସି ତାକୁ ଧରିବା ସହ ପରେ ଛାଡ଼ିଦେଇଥିଲେ । ଫଳରେ ଭାରସାମ୍ୟ ହରାଇ ମହିଳା ଜଣକ ଚଳନ୍ତା ଟ୍ରେନରୁ ଖସି ଟ୍ରେନ ଲାଇନରେ ପଡ଼ିଯାଇଥିଲେ । ତେବେ ଏହି ସବୁ ଘଟଣାକୁ ଅନ୍ୟ ଜଣେ ମହିଳା ଏହା ଦେଖିନେଇଥିଲେ ।
ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରି ଘଟଣାସ୍ଥଳକୁ ନେଇଥିଲା, ଯେଉଁଠାରେ ତାଙ୍କ ପତ୍ନୀ ଆହତ ଅବସ୍ଥାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମୟରେ ଅଭିଯୁକ୍ତ ମଦ୍ୟପାନ କରିଥିଲା କି ନାହିଁ ପୋଲିସ ଛାନଭିନ୍ କରୁଛି । ଅନ୍ୟପଟେ ସମ୍ପର୍କୀୟଙ୍କୁ ମହିଳାଙ୍କ ଝିଅକୁ ହସ୍ତାନ୍ତର କରାଯାଇଛି।