ବିଶ୍ୱରେ ବେକାବୁ ମହାମାରୀ ସ୍ଥିତି, ବ୍ରାଜିଲରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ସଂକ୍ରମିତ

ଆମେରିକା: ୟୁରୋପ ଓ ଆମେରିକା ପରେ ଏବେ ଦକ୍ଷିଣ ଆମେରିକାରେ କରୋନାର ତାଣ୍ଡବ। ବ୍ରାଜିଲରେ କାୟା ମେଲାଇ ଚାଲିଛି କୋଭିଡ୍-୧୯ ଗତକାଲି ଗୋଟିଏ ଦିନରେ ୩୩ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସଙ୍କଟ ଦେଖା ଦେଇଛି। ରେକର୍ଡ ସଂଖ୍ୟକ ୩୩ ହଜାର ୨୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବ୍ରାଜିଲରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ପାର ହୋଇଥିବା ବେଳେ ପ୍ରାୟ ୨୯ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୯୫୬ ଜଣ ମୃତ୍ୟୁ ମୁଖରେ ପଡିଛନ୍ତି। ବ୍ରାଜିଲ ସ୍ଥିତି ଗମ୍ଭୀର ହେଉଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ପରେ ମଧ୍ୟ କ୍ୱାରେଣ୍ଟିନ୍ ନିୟମ କୋହଳ କରାଯାଇଛି।

ବିଶ୍ୱରେ ବେକାବୁ ମହାମାରୀ କରୋନା ସ୍ଥିତି। ଏଯାଏ ୬୧ ଲକ୍ଷ ୮୪ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୧ ହଜାରରେ ପହଞ୍ଚିଛି। ଆମେରିକାରେ ସ୍ଥିତି ସବୁଠୁ ଉତ୍କଟ ରହିଛି। ଆମେରିକାରେ ପ୍ରାୟ ୧୮ ଲକ୍ଷ ୧୬ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫ ହଜାର ପାର କରିଛି।

ସେହିପରି ବ୍ରାଜିଲ ଓ ରୁଷରେ ମଧ୍ୟ ସ୍ଥିତି ଉଦବେଗଜନକ ରହିଛି। ଋଷିଆରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର ହୋଇଛି କିନ୍ତୁ ଋଷିଆରେ ମୃତ୍ୟୁ ହାର କମ ରହିବା ସହ ମାତ୍ର ୪ ହଜାର ୫ ଶହ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ ୨୭ ହଜାର, ୟୁକେରେ ୩୮ ହଜାର, ଇଟାଲୀରେ ୩୩ ହଜାର ଏବଂ ଫ୍ରାନ୍ସରେ ୨୮ ହାଜରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

You might also like