କରୋନାର ଭୟାବହତା ମଧ୍ୟରେ ଆଶ୍ୱସ୍ତିକର ଖବର : ଦିଲ୍ଲୀରେ ହ୍ରାସ ପାଉଛି ସଂକ୍ରମଣ ହାର

ନୂଆଦିଲ୍ଲୀ : କରୋନାର ଭୟାବହତା ମଧ୍ୟରେ ଆଶ୍ୱସ୍ତିକର ଖବର । ଜାତୀୟ ରାଜଧାନୀ ଦିଲ୍ଲୀରେ ନୂଆ କରୋନା ସଂକ୍ରମଣ ମାମଲା କମ୍ ହେବା ସହ ସଂକ୍ରମଣ ହାର ମଧ୍ୟ କମ ହେବାରେ ଲାଗିଛି । ଦିଲ୍ଲୀର ଅଣାୟତ ସଂକ୍ରମଣ ହାର ଏବେ ହ୍ରାସ ପାଇ ୧୪ ପ୍ରତିଶତରେ ପହଞ୍ଚି ଯାଇଛି । କେବଳ ଏତିକି ନୁହେଁ ରାଜଧାନୀରେ ଅକ୍ସିଜେନ୍ ସଙ୍କଟ ମଧ୍ୟ ଦୂର ହୋଇଯାଇଛି । ତାଲାବନ୍ଦର ପ୍ରଭାବ ଦେଖିବାକୁ ମିଳଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ମାସକ ମଧ୍ୟରେ ସବୁଠାର କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଦିଲ୍ଲୀରେ ୧୦, ୪୮୯ ଚିହ୍ନଟ ହୋଇଥିବା ବେଳେ ମହାମାରୀରେ ୩୦୮ ଜଣ ପ୍ରାଣ ହରାଇଛନ୍ତି । ସେହିପରି ସକ୍ରିୟ ସଂକ୍ରମିତଙ୍କ ମାମଲା ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।

ଦିଲ୍ଲୀରେ ବିଗତ ୫ ଦିନର ସଂକ୍ରମଣ ହାର
ମେ ୮ : ୧୭,୩୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକମ୍ରଣ ହାର ଥିଲା ୨୩.୩୪ ପ୍ରତିଶତ ।
ମେ ୯ : ୧୩,୩୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକମ୍ରଣ ହାର ଥିଲା ୨୧.୬୭ ପ୍ରତିଶତ ।
ମେ ୧୦ : ୧୨, ୬୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକମ୍ରଣ ହାର ଥିଲା ୧୯.୧୦ ପ୍ରତିଶତ ।
ମେ ୧୧ : ୧୨,୪୮୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକମ୍ରଣ ହାର ଥିଲା ୧୭.୭୬ ପ୍ରତିଶତ ।
ମେ ୧୨ : ୧୦,୪୮୯, ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକମ୍ରଣ ହାର ୧୪ ପ୍ରତିଶତରେ ପହଞ୍ଚି ଯାଇଛି ।

ମାସକ ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସଂକ୍ରମଣ ହାର ୩୫ ପ୍ରତିଶତରେ ପହଞ୍ଚି ଯାଇଥିଲା । ନାହିଁ ନଥିବା ଅସୁବିଧା ଭୋଗୁଥିଲେ ରୋଗୀ ଓ ରୋଗୀଙ୍କ ପରିବାର । ହସ୍ପିଟାଲରେ ରୋଗୀ ପାଇଁ ବେଡ ଯୋଗାଡ଼ କରିବା ବଡ଼ କଷ୍ଟସାଧ୍ୟ ଥିଲା । କରୋନା ସଂକ୍ରମିତଙ୍କୁ କୌଣସି ହସ୍ପିଟାଲରେ ଆଡମିଟ୍ କରାଇବା କୌଣସି ଯୁଦ୍ଧ ଠାରୁ କମ ନଥିଲା । ହେଲେ ଦିଲ୍ଲୀରେ ଏବେ ସଂକ୍ରମଣ ହାର ଧୀରେ ଧୀରେ କମ ହେବାରେ ଲାଗିଛି , ଯାହା ଦିଲ୍ଲୀବାସୀଙ୍କୁ ନିଶ୍ଚୟ ଆଶ୍ୱସ୍ତ କରିବ ।

ସେପଟେ ଟିକାକୁ ନେଇ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ । ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ। କୋଭିସିଲ୍ଡ,, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭିସିଲ୍ଡ ଉପଲବ୍ଧ ଆକଳନ କରାଯାଇଛି।

You might also like