ଅବିଶ୍ରାନ୍ତ ବର୍ଷା: ଚାଲିଗଲା ୧୭ ଜୀବନ

ପୁଣେ: ମହାରାଷ୍ଟ୍ରର ପୁଣେରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ଜଳ ପ୍ରଳୟ ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିଛି। ଇତି ମଧ୍ୟରେ ବନ୍ୟା ଓ କାନ୍ଥ ଭୁଶୁଡ଼ି ବିଭିନ୍ନ ସ୍ଥାନରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ଜଳବନ୍ଦୀ ଭାବେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ କହିଛନ୍ତି, ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ତଥାପି ସ୍ଥିତି ଉପରେ ନିୟନ୍ତ୍ରଣ ରହିଛି। ବର୍ତ୍ତମାନ ସୁଦ୍ଧା ୨୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାରୀ ଦଳ ସ୍ଥିତି ଉପରେ ନଜର ରଖିଛନ୍ତି।

ଏନ୍‌ଡିଆରଏଫ୍‌ ପୁଣେ ସହର ଓ ବାରାମତି ତହସିଲରେ ମୁତୟନ ହୋଇଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ବର୍ଷାକୁ ଦୃଷ୍ଟିରେ ରଖି ପୁଣେ ସହରର ବିଭିନ୍ନ ତହସିଲରେ ଆଜି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି।

ଖେଦ-ଶିବପୁର ଗାଁରେ ଥିବା ଦର୍ଘାରେ ୫ ଜଣ ଲୋକ ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ସେମାନଙ୍କ ମୃତ୍ୟୁ ଘଟିଛି। ଆରନେଶ୍ୱର ଠାରେ ବର୍ଷା ଯୋଗୁ ଏକାଧିକ କାନ୍ଥ ଭୁଶୁଡ଼ି ପଡ଼ିଛି। ଏଥିରେ ଜଣେ ୯ ବର୍ଷୀୟ ନାବଳକଙ୍କ ସହ ୫ ଜଣଙ୍କ ଜୀବନ ଯାଇଛି। ଏଥିସହ ହେବଳୀ ତହସଲି, ଭୋର ଓ ପୁଣେ ସହରରେ ମଧ୍ୟ ବର୍ଷା ଯୋଗୁ ଲୋକଙ୍କ ମୃତ୍ୟୁ ଘଟିଛି।

ନଜାରେ ଡ୍ୟାମରୁ ଜଳ ନିଷ୍କାସିତ ହେବାରୁ ବାରାମତିର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ଏଠାରେ ରହୁଥିବା ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତଥାପି ଏବେ ବି ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଆଜି ସକାଳୁ ବର୍ଷା ଛାଡ଼ି ଯାଇଥିଲେ ହେଁ ଲୋକଙ୍କ ଘରେ ବର୍ଷା ପାଣି ପୂର୍ବଭଳି ଢେଉ ମାରୁଥିବାରୁ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like