ନାଥୁରାମଙ୍କୁ ‘ଉଗ୍ରବାଦୀ’ କହିଲେ ଅଭିନେତା କମଲ ହାସନ

ଚେନ୍ନାଇ:ନିର୍ବାଚନୀ ପ୍ରଚାର ବେଳେ ଧର୍ମ ଆଧାରରେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ତଥା ରାଜନେତା କମଲ ହାସନ। ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ ପ୍ରଚାର କରୁଥିବା ବେଳେ ସେ କହିଥିଲେ, ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ହିନ୍ଦୁ’। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ଘଟଣା ବାବଦରେ କହିବାକୁ ଯାଇ ନାଥୁରାମ ଗଡ଼୍‌ସେଙ୍କ ଉଦ୍ଦେଶ୍ୟରେ ସେ ଏପରି କହିଥିଲେ।

ତାମିଲନାଡୁ ବିଜେପି ସଭାପତି ତାମିଲିସାଇ ସୌନ୍ଦରାଜନ କମଲ ହାସନଙ୍କ ଏଭଳି ପ୍ରତିକ୍ରିୟାକୁ ଦୃଢ ନିନ୍ଦା କରିବା ସହିତ ଚେତାବନୀ ଦେଇଛନ୍ତି। ନାଥୁରମ ଗଡସେଙ୍କୁ ‘ହିନ୍ଦୁ ଉଗ୍ରବାଦୀ’ ବୋଲି କହିବା ଉଚିତ ହୋଇନାହିଁ। ଭୋଟ ବ୍ୟାଙ୍କ ପାଇଁ କମଲ ହାସନ ଯେଉଁ ମନ୍ତବ୍ୟ ରଖୁଛନ୍ତି ତାହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ହେବ ବୋଲି ତାମିଲନାଡୁ ବିଜେପି ସଭାପତି ଟ୍ୱିଟ୍ କରି କହିଛନ୍ତି।

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ସହିତ ତାମିଲନାଡୁରେ ୪ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେଉଛି। ୪ ବିଧାନସଭା ଆସନ ମଧ୍ୟରୁ ଅରଭାକୁରିଚି ଅନ୍ୟତମ। ଏହି ଆସନରେ ନିଜ ଦଳ ଏମଏନଏମ ପ୍ରାର୍ଥୀଙ୍କ ପାଇଁ ଗତକାଲି ପ୍ରଚାର କରିବା ଅବସରରେ ‘ହିନ୍ଦୁ’ ହିଁ ସ୍ୱାଧୀନ ଭାରତର ପ୍ରଥମ ଉଗ୍ରବାଦୀ ବୋଲି କହିଥିଲେ କମଲ ହାସନ।

ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କମଲ ହାସନ। ପ୍ରତ୍ୟେକ ଭାରତୀୟ ସମାନ ଅଧିକାର ଆବଶ୍ୟକ କରେ ଏବଂ ତ୍ରିରଙ୍ଗାର ତିନୋଟି ରଙ୍ଗକୁ ସମ୍ମାନ ଦିଏ ବୋଲି କହିବା ସହ ଭାରତୀୟ ବୋଲି ସେ ଗର୍ବ ଅନୁଭବ କରନ୍ତି ବୋଲି କହିଛନ୍ତି।

ସୂଚନାଥାଉ କି, କମଲ୍‌ ହାସନ ମକ୍କଲ ନୀଧି ମଇୟମ୍‌ (ଏମଏନଏମ)  ଦଳର ପ୍ରତିଷ୍ଠାତା।  ଗତବର୍ଷ ଫେବୃଆରୀ ମାସରେ ସେ ଏହି ଦଳ ଦଳ ଗଢ଼ିଥିଲେ। ଚଳିତ ସାଧାରଣ ନିର୍ବାଚନରେ କମଲ ହାସନଙ୍କ ଦଳ ପ୍ରଥମ ଥର ପାଇଁ ତାମିଲନାଡୁର ସମସ୍ତ ୩୯ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ କମଲ୍‌ ହାସନ କହିଥିଲେ ଯେ, ପୂର୍ବରୁ ହିନ୍ଦୁ ସଂଗଠନ ହିଂସା, ଉଗ୍ରବାଦକୁ ପ୍ରଶୟ ଦେଉନଥିଲେ । ହେଲେ ଏବେ ସେମାନେ ହିଂସା, ମାଡ଼ପିଟର ଆଶ୍ରୟ ନେଉଛନ୍ତି।

 

ଆହୁରି ପଢ଼ନ୍ତୁ

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

You might also like