ମଙ୍ଗଳ ଗ୍ରହରୁ ‘ରୋଭର’ ଫଠାଇଲା ଫଟୋ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଥିଲା…
ୱାଶିଂଟନ୍: ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍ ଫଟୋ ପଠାଇଛି।
ଏହାସହ ଲ୍ୟାଣ୍ଡିଂ ସାଇଟ୍ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି।
ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ ଛୁଇଁବାର ୬.୪ଫୁଟ ଉପରୁ ସେଲ୍ଫି ଉଠାଇଛି ରୋଭର୍। ଏହି ହାଇ ରିଜୋଲ୍ୟୁସନ୍ ଫଟୋକୁ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଛି ନାସା।
Every picture tells a story. This one captures me in midair, floating over Mars while hanging from my parachute during the final #CountdownToMars.
Latest update and images: https://t.co/fnnEOOMWsV pic.twitter.com/39aGp963a3
— NASA’s Perseverance Mars Rover (@NASAPersevere) February 19, 2021
ରୋଭର ପଠାଇଥିବା ଏକ ଫଟୋରେ ସମତଳ ଅଞ୍ଚଳ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିଲେ ଏମିତି ଜଣାପଡ଼ୁଛି ଯେ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଏକ ନଦୀ କିମ୍ବା ଗଭୀର ହ୍ରଦ ଥିଲା।ଏନେଇ ନାସା ଅଧିକ ଗବେଷଣା ଚଳାଇଛି।
ଭାରତୀୟ ସମୟ ଅନୁସାରେ, ଗୁରୁବାର ରାତି ୨ଟା ୨୫ ମିନିଟରେ ନାସାର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଥିଲା। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା।