ମଙ୍ଗଳ ଗ୍ରହରେ ଶୁଭିଲା ସ୍ୱର

ୱାଶିଂଟନ୍‌: ମଙ୍ଗଳ ଅଭିଯାନରେ NASA(National Aeronautics and Space Administration)କୁ ଆଉ ଏକ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି।

ରୋଭର ଦ୍ୱାରା ରେକର୍ଡ ହୋଇଥିବା ଶବ୍ଦକୁ ନାସା ସାର୍ବଜନୀନ କରିଛି। ରିଲିଜ୍ ହୋଇଥିବା ଏହି ଅଡିଓ କ୍ଲିପ୍‌ରେ ମଙ୍ଗଳ ପୃଷ୍ଠରେ ରୋଭର ଅବତରଣ କରୁଥିବା ବେଳର ଶବ୍ଦ ରହିଛି। ରୋଭର ମଙ୍ଗଳ ପୃଷ୍ଠ ଛୁଇଁବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେକର୍ଡିଂ ହୋଇଛି।

ଏହାସହ ନାସା, ରୋଭର ଲ୍ୟାଣ୍ଡିଂ ବେଳର ଅନ୍ୟ ଏକ ଭିଡିଓ ମଧ୍ୟ ସାର୍ବଜନୀନ କରିଛି। ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ୍‌ କାମ କରିନଥିଲା। ହେଲେ ମଙ୍ଗଳ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା ବୋଲି ରୋଭର ପର୍ସେଭେରାନ୍ସ ପ୍ରୋଜେକ୍ଟରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି। ଅବତରଣ ପୂର୍ବରୁ ରୋଭରଟି ପାରାଚ୍ୟୁଟ୍‌ ସହ ହିଟ୍ ସିଲ୍‌ଡରୁ ଅଲଗା ହୋଇଥିଲା। ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ, ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି।

ସୂଚନାଥାଉ କି, କିଛିଦିନ ତଳେ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍‌ ଫଟୋ ପଠାଇଥିଲା। ଏହାସହ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ମଧ୍ୟ ପଠାଇଥିଲା ରୋଭର।

 

You might also like